ରାଜ୍ୟ

ସୂଚନା ଅଧିକାର ତାଲିମ ଶିବିର

ଜଗତସିଂହପୁର : ରଘୁନାଥପୁର ବ୍ଲକ ସ୍ଥିତ ମଦନ ମୋହନ ମଠରେ ଦିନ ଏଗାର ଘଟିକା ସମୟରେ, ଦୁର୍ନୀତି ବିରୋଧୀ ଅଭିଯାନ, ଜଗତସିଂହପୁର ତରଫରୁ ମଦନ ମୋହନ ମଠ, ରଘୁନାଥପୁର ଠାରେ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ତାଲିମ ଶିବିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତାଲିମ ଦେବା ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଏହି ସଭାରେ ଯୋଗ ଦେଇ ସୂଚନା ଅଧିକାରର ଆବଶ୍ୟକତା ଏବଂ ଏହାର ଆଇନଗତ ଦିଗ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଦୁର୍ନୀତି ବିରୋଧୀ ଅଭିଯାନ, ଆବାହକ ଦେବିପ୍ରସାଦ ମହାରଣା କହିଲେ କି ପ୍ରଶାସନିକ ଦୁର୍ନୀତି ରୋକିବାରେ ସଂଗଠନର ନୈତିକ କର୍ତ୍ତବ୍ୟ ରହିଛି। ଜିଲ୍ଲା ପ୍ରଶାସନ ଏବଂ ରାଜ ନୈତିକ ଦଳର ନେତା ମାନେ ଯେହେତୁ ଦୁର୍ନୀତିରେ ସଂପୃକ୍ତ ତେଣୁ ଗଣ ମଙ୍ଗଳ ପାଇଁ ସଂଗଠନକୁ ଅଣ୍ଟା ଭିଡିବାକୁ ପଡ଼ିବ। ଆର୍ ଟି ଆଇ ମାଧ୍ୟମରେ ରଘୁନାଥ ବ୍ଲକର ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ସମାଜିକ କର୍ମୀ ଗୋବିନ୍ଦ ଓଝା ପ୍ରଶାସନିକ ଦୁର୍ନୀତି ସମ୍ପର୍କରେ ବିଶେଷ ସୂଚନା ରଖିଥିଲେ ଏବଂ ଜିଲ୍ଲାରେ ସୂଚନା ଆନ୍ଦୋଳନର ଡାକରା ଦେଇଥିଲେ। ଉମେଶ ଚନ୍ଦ୍ର ଖଟୁଆ ଏରସମା ବ୍ଲକ୍, ଶକ୍ତିଧାର ମିଶ୍ର ଜଗତସିଂହପୁର ବ୍ଲକ୍, ସୁରେଶ ଲେଙ୍କା ବାଲିକୁଦା ବ୍ଲକ୍, ହେମନ୍ତ କୁମାର ସାହୁ ରଘୁନାଥପୁର ବ୍ଲକ୍, ରାଜକିଶୋର ସ୍ୱାଇଁ ତିର୍ତ୍ତୋଲ ବ୍ଲକ୍, ବିଷ୍ଣୁ ଚାରଣ ସ୍ୱାଇଁ କୁଜଙ୍ଗ ବ୍ଲକ୍ ଆଦିର ଆବାହକ ଭାବେ ଦାୟିତ୍ଵ ଗ୍ରହଣ କଲେ। ଜିଲ୍ଲା ସ୍ତରରେ ବିଜୟ ଲକ୍ଷ୍ମୀ ମହାପାତ୍ର ଆବାହକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଜିଲ୍ଲା ଆବାହକ ମଣ୍ଡଳୀ ପରବର୍ତ୍ତୀ ସମୟରେ ଚୟନ କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଗଲା। ଆଜିର ଏହି ଜିଲ୍ଲା ସ୍ତରୀୟ ସୂଚନା ତାଲିମ ଶିବିରରେ ଛଅଟି ବ୍ଲକରୁ, ହେମନ୍ତ ଖଟୁଆ,
ସୁରେଶ ଚନ୍ଦ୍ର ସ୍ୱାଇଁ, ସରିତ୍ ମହାପାତ୍ର, ତାପସ କୁମାର ସାହାଣୀ, ରମେଶ ଚନ୍ଦ୍ର ଲେଙ୍କା, ଅଶୋକ ମିଶ୍ର, ପ୍ରଫୁଲ୍ଲ ସାହାଣୀ,ପଙ୍କଜ ମିଶ୍ର, ନୃସିଂହ କୁମାର ଦାସ, ସୁବାସ ବାରିକ, ପ୍ରଦୀପ୍ତ କୁମାର ନାୟକ,ଚନ୍ଦନ କୁମାର ସ୍ବାଇଁ, ଜଗନ୍ନାଥ ତ୍ରିପାଠୀ, ଦିଲ୍ଲୀପ ସ୍ୱାଇଁ, ସରୋଜ ମହାରଣା, ମାନସ ଦାସ, ସ୍ପନ୍ଦନ ଖଟୁଆ,ଅମିୟ କାନ୍ତ ଚୌଧୁରୀ, ସହଦେବ ପାତ୍ର, ପ୍ରସନ୍ନ ସେଠି ପ୍ରମୁଖ ସାମାଜିକ କର୍ମୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *