ରାଜନୀତି

ଧନୁତୀର ଚିହ୍ନ ଆମକୁ ମିଳିଛି : ସିନ୍ଦେ

ଅଯୋଧ୍ୟା : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏଠାରେ ସେ ରାମଲାଲାଙ୍କ ଦର୍ଶନ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଅଛନ୍ତି। ରାମଲଲାଙ୍କୁ  ଦର୍ଶନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସିନ୍ଦେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ଭଗବାନ ରାମଚନ୍ଦ୍ରଙ୍କ ଆଶୀର୍ବାଦ ଆମ ସହିତ ଅଛି, ତେଣୁ ଆମକୁ ତାଙ୍କ ଧନୁ-ତୀର ମିଳିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ମୁଁ ରାମ ଜନ୍ମଭୂମି ଆନ୍ଦୋଳନ ସହ ଜଡ଼ିତ ଅଛି। ମୁଁ ମଧ୍ୟ ସମସ୍ତ କରସେବାରେ ଉପସ୍ଥିତ ଥିଲି । ଦୀର୍ଘ ଦିନ ଧରି ରାମଲଲାଙ୍କୁ ଦର୍ଶନ କରିବାର ଇଚ୍ଛା ଥିଲା, ଆଜି ମୁଁ ବହୁତ ଖୁସି ଯେ ମୁଁ ତାଙ୍କୁ ଦର୍ଶନ କରିବାକୁ ଯାଉଛି ।

ମହାରାଷ୍ଟ୍ରରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଯୋଧ୍ୟାରେ ପହଞ୍ଚିବା ପୂର୍ବରୁ ହଜାର ହଜାର ଶିବ ସୈନିକ ଏଠାରେ ପହଞ୍ଚିଥିଲେ। ରବିବାର ଏଠାରେ ପହଞ୍ଚିବା ମାତ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକନାଥ ସିନ୍ଦେଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟାରେ ‘ହାର୍ଟି ୱେଲକମ୍’ ଏବଂ ‘ଅଯୋଧ୍ୟା ଚଲୋ’ର ଅନେକ ପୋଷ୍ଟର ଲଗାଯାଇଛି। ଏହି ଅବସରରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *