ରାଜ୍ୟ

ବିବାହ ପାଇଁ ଜିଦ ଧରି ପ୍ରେମିକ ଘର ସାମ୍ନାରେ ପ୍ରେମିକା ର ଧାରଣା


ନିମାପଡ଼ା: ପ୍ରେମିକ କୁ ବିବାହ କରିବାକୁ ଜିଦ୍ ଧରି ଜଣେ ପ୍ରେମିକା ଆଜି ପ୍ରେମିକ ର ଘର ସାମ୍ନା ରେ ଧାରଣା ଦେବା ଘଟଣା ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଘଟଣା ରୁ ପ୍ରକାଶ ଯେ, ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କାଳିଆକଣ
ଗ୍ରାମ ର ପ୍ରଦେଶ ଦଳାଇ ନାମକ ଜଣେ ଯୁବକ ଜଣେ ଯୁବତୀ ଙ୍କୁ ଭଲପାଇ,ବିବାହ ର ପ୍ରତିଶୃତି ଦେଇ ଧୋକ୍କା ଦେଇଥିବା ଅଭିଯୋଗ କରି ଜୈନିକା ଯୁବତୀ ଆଜି ପ୍ରଦେଶ ଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ପ୍ରେମିକାର କହିବା ଅନୁଯାୟୀ ଦୀର୍ଘ ଚାରିବର୍ଷ ହେଲା ପରସ୍ପର ଉଭୟ ଉଭୟଙ୍କୁ ଭଲପାଉଛନ୍ତି ତେବେ ପ୍ରେମିକ ବିବାହ ପ୍ରତିଶୃତି ଦେଇ ଧୋକା ଦେଇଛନ୍ତି । ପ୍ରେମିକ ଆଉ ଧରାଛୁଆଁ ନଦେବାରୁ ସେ ବାଧ୍ୟ ହୋଇ ତାଙ୍କ ଘର ସାମ୍ନା ରେ ଧାରଣା ଦେଇଛନ୍ତି।ଖବରପାଇ ଘଟଣା ସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଂଚି ପ୍ରେମିକା କୁ ବୁଝାଶୁଝା କରିଥିଲେ ମଧ୍ୟ ବିବାହ ପାଇଁ ଜିଦ ଧରି ପ୍ରେମିକ ପ୍ରଦେଶ ଦଳାଇ ଙ୍କ ଘର ସାମ୍ନାରେ ପ୍ରେମିକା ଧାରଣା ଦେଇଛନ୍ତି । ପ୍ରେମିକ ପ୍ରଦେଶ ଫେରାର ଥିବା ବେଳେ ତାଙ୍କ ପରିବାର ଲୋକ ପ୍ରେମିକାକୁ ଗ୍ରହଣ କରିବାକୁ ନାରାଜ । ଏହି ଘଟଣା ସମଗ୍ର ଅସ୍ତରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *