ଖେଳ

ମା ବ୍ରାହ୍ମଣିଦେଵି କ୍ରିକେଟ ପ୍ରିମିୟର ଲିଗ ଉଦଯାପନ


ବାଣପୁର :- ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗମେଇ ଗ୍ରାମରେ ମା ବ୍ରାହ୍ମଣୀ ଦେବୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା କ୍ରିକେଟ ପ୍ରିମିୟର ଲିଗ ଟୁର୍ନାମେଣ୍ଟ ଉଦଯାପନ ହୋଇଯାଇଛି l ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ନରେନ୍ଦ୍ରପୁର ସରପଞ୍ଚ ସବିତା ଦାସ ଓ ସନମାନିତ ଅତିଥି ଭାବେ ଯୁବ ସମାଜ ସେବୀ ତଥା ଭେଟେଶ୍ୱର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଯୁକ୍ତ ନାରାୟଣ ପାଲଟାସିଂହ ଯୋଗ ଦେଇଥିଲେ l ଅତିଥି ମାନେ. ଖେଳ ପରିଦର୍ଶନ ସହ ତାଳି ବଜାଇ ଉଭୟ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରିମିୟର ଲିଗର ଶେଷ ଦିବସରେ ଗମେଇ ଓ ଭେଟେଶ୍ୱର ଗ୍ରାମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଗମେଇ ଗ୍ରାମର ମା ବ୍ରାହ୍ମଣୀ ଦେବୀ ଯୁବକ ସଙ୍ଘ ଖେଳରେ ବାଜିମାତ କରିଥିଲା l ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ କ୍ରିକେଟ କ୍ଲବ ରନର୍ସ ଅପ ହୋଇଥିଲା l ଖେଳରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *