ଦେଶ- ବିଦେଶ

ଏଲଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନମାନେ ବିଫଳ କରିଦେଇଛନ୍ତି । ଏହି ଘଟଣାରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି ।

ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଶାହାପୁର ସେକ୍ଟରରେ ଯବାନମାନେ ଏଲଓସିର ସୁରକ୍ଷା କରୁଥିବାବେଳେ ପାକିସ୍ତାନପଟୁ କେତେକ ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ । ଯବାନମାନେ ଏହା ଦେଖି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ ।

ଗୁଳିବିନିମୟ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ଜଣେ ଆତଙ୍କବାଦୀର ମୃତଦେହ ଜବତ ହୋଇଥିଲା । ଅନ୍ୟମାନଙ୍କୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସେନାପକ୍ଷରୁ କୁହାଯାଇଛି । ଜମ୍ମୁର ସେନା ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ ଶନିବାର ଓ ରବିବାର ମଧ୍ୟରାତ୍ରିରେ ପୁଞ୍ଚରେ ନିୟନ୍ତ୍ରଣ ରେଖା ନିକଟରେ ସୀମା ବାଡ଼ ନିକଟରେ ଅନୁପ୍ରବେଶକାରୀଙ୍କ ସନ୍ଦେହଜନକ ଗତିବିଧି ଦେଖିଥିଲେ। ଘେରାବନ୍ଦୀ ଅଞ୍ଚଳରେ ଆଉ ଦୁଇ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀ ଥିବା ସେନା ସନ୍ଦେହ କରୁଛି ବୋଲି ସେନା କହିଛି ।

One thought on “ଏଲଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ

  • Take this medication by mouth on an empty stomach at least 1 hour before meals as directed by your doctor, usually two to three times a day propecia sell Background Chemotherapy induced amenorrhea CIA is one of the most frequent therapy related adverse events observed in breast cancer patients who have undergone chemotherapy

    Reply

Leave a Reply

Your email address will not be published. Required fields are marked *