ଅପରାଧ

ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ବଡ଼ବିଲ, (ମଳୟ ସାମଲ ): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ହାୟରପୁର ଗ୍ରାମ ନିକଟ ଏକ ଶାଳଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ରବିବାର ଜବତ କରିଛି। ମୃତକ ହେଲେ ହାୟରପୁର ହୁଡ଼ିସାହିର ପିତାମ ମୁଣ୍ଡା। ଘରୋଇ କଳିରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଘରଠାରୁ ଅଳ୍ପଦୂରରେ ଥିବା ଏକ ଶାଳଗଛରେ ଦଉଡ଼ି ଲଗାଇ ସେ ଓହଳି ପଡ଼ିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ବିଲ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *