ଅପରାଧ

ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ୍‌ରୋମିଓ ଗିରଫ

ହିଞ୍ଜିଳିକାଟୁ : ଜଣେ କଲେଜ ଛାତ୍ରୀଙ୍କୁ ପିଛାକରି ଅଶ୍ଳୀଳ ଇଙ୍ଗିତ ଏବଂ କମେଣ୍ଟ ମାରିବା ଅଭିଯୋଗରେ ରବିବାର ହିଞ୍ଜିଳି ପୋଲିସ ଜଣେ ରୋଡ୍‌ରୋମିଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ହିଞ୍ଜିଳି ତାରାତାରିଣୀ ରୋଡ୍‌ର ଆକାଶ ଜେନା। ପୂର୍ବରୁ ଏହି ମାମଲାରେ ପିଣ୍ଟୁ ଗୌଡ଼ ଓ ଗାଙ୍ଗପୁର ଥାନା ନିମିନା ଅଞ୍ଚଳର ରାକେଶ ମହାପାତ୍ର ଗିରଫ ହୋଇଥିଲେ। ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ହିଞ୍ଜିଳି କେନାଲ ସାହିର ଚିଣ୍ଟୁ ଦାଶ କୋର୍ଟରେ ଆତ୍ମସମର୍ପଣ କରିଥିବା ପୋଲିସ କହିଛି।
ଗତମାସ ୨୯ ତାରିଖରେ ହିଞ୍ଜିଳିକାଟୁ କଲେଜରେ ପଢ଼ୁଥିବା ସୋରଡ଼ା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ୪ ଜଣ ଯୁବକ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିବା ନେଇ ଛାତ୍ରୀ ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୯୬/୨୩) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପ୍ରଥମେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହିଞ୍ଜିଳି ଥାନା ଅଞ୍ଚଳରେ ଛାତ୍ରୀମାନଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ରୋଡ୍‌ରୋମିଓଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *