ରାଜ୍ୟ

ବଜ୍ରପାତରେ ଚାଲିଗଲା ନାବାଳିକାଙ୍କ ଜୀବନ

କୋକସରା, : କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ା ଗ୍ରାମରେ ବଜ୍ରପାତ ଘଟି ତରୁଣ ବାଗଙ୍କ ନାବାଳିକା ଝିଅ ମଧୁସ୍ମିତା(୧୩)ଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ମଧୁସ୍ମିତା ସାଙ୍ଗମାନଙ୍କ ସହ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେତିକିବେଳେ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ମଧୁସ୍ମିତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଆମପାଣି ଥାନାରେ ଏକ ମାମଲା (ନଂ.୨/୨୩) ରୁଜୁ ହୋଇଛି।

ସୂଚନା ଯୋଗ୍ୟ, ମଧୁସ୍ମିତା ଚଳିତ ବର୍ଷ ଅଷ୍ଟମ ଶ୍ରେଣୀ ପାସ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ତରୁଣଙ୍କ ୬ ଝିଅଙ୍କ ମଧ୍ୟରୁ ମଧୁସ୍ମିତା ଚତୁର୍ଥ କନ୍ୟା। ଗତ ଫେବୃୟାରୀରେ ଦ୍ୱିତୀୟ ଝିଅଙ୍କ ବିବାହ ପରେ ଧାର କରଜ ସୁଝିବାକୁ ଗତ ସପ୍ତାହରେ ତରୁଣ ଦାଦନ ଖଟିବାକୁ ଯାଇଛନ୍ତି। ଝିଅର ମୃତ୍ୟୁ ଖବର ପାଇ ତରୁଣ ଘରକୁ ଫେରୁଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି।

Leave a Reply

Your email address will not be published. Required fields are marked *