ମୁଖ୍ୟ ଖବର

ଶ୍ରୀନଗରରେ ଜି୨୦ ବୈଠକ ଲାଗି ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ, : ଚାଇନା ଏବଂ ପାକିସ୍ତାନର ବିରୋଧ ସତ୍ତ୍ୱେ ଭାରତ ଶ୍ରୀନଗରରେ ଜି୨୦ ବୈଠକ କରିବା ଲାଗି ତାରିଖ ଘୋଷଣା କରିଛି। ଶ୍ରୀନଗରରେ ଜି୨୦ର ବୈଠକ ବନ୍ଦ କରିବା ଲାଗି ପାକିସ୍ତାନ ସରକାର ସାଉଦି ଆରବ, ତୁର୍କୀ ଓ ଚାଇନା ସହ ଲବି ଚଳାଇଥିଲେ। ସେହିପରି ଅରୁଣାଚଳ ପ୍ରଦେଶରେ ଏହି ଗ୍ରୁପ୍‌ର ବୈଠକକୁ ନେଇ ଗତ ମାସରେ ବେଜିଂ ପ୍ରତିକ୍ରିୟା ସ୍ବରୂପ ଉକ୍ତ ରାଜ୍ୟର ୧୧ଟି ସ୍ଥାନର ନାଁ ବଦଳାଇଥିଲା।

ମେ’ ୨୨ରୁ ୨୪ ଶ୍ରୀନଗରରେ ଜି୨୦ର ପର୍ଯ୍ୟଟନ ଉପରେ କାର୍ଯ୍ୟକାରୀ ଗ୍ରୁପ୍‌ ବୈଠକ ଅନୁଷ୍ଠିତ ହେବ। ଅରୁଣାଚଳ ଭଳି ଶ୍ରୀନଗର ବୈଠକରେ ମଧ୍ୟ ଚାଇନା ଯୋଗଦେଇ ନ ପାରେ ବୋଲି କୁହାଯାଉଛି। ସମସ୍ତ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳରେ ଜି୨୦ ବୈଠକ ହେବ। ଅରୁଣାଚଳ ବୈଠକରେ ୫୦ ପ୍ରତିନିଧି ଯୋଗଦେଇଥିଲେ। ଶ୍ରୀନଗର ବୈଠକରେ ମଧ୍ୟ ଅନୁରୂପ ସଂଖ୍ୟକ ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି। କଶ୍ମୀର ଉପତ୍ୟକାରେ ମାନବାଧିକାର ଉଲ୍ଲଂଘନ ହେଉଥିବା ନେଇ ପାକିସ୍ତାନ ଅଭିଯୋଗ କରିଆସୁଥିବା ବେଳେ ଏହାକୁ ଖଣ୍ଡନ କରିବା ଲାଗି  ଜି୨୦ ବୈଠକ କରାଇବା ଭାରତ ପାଇଁ ଏକ ସୁଯୋଗ ବୋଲି କୁହାଯାଉଛି

Leave a Reply

Your email address will not be published. Required fields are marked *