ମନୋରଞ୍ଜନ

ମୋ କ୍ୟାରିୟର ନଷ୍ଟ ‌ହୋଇଯାଇଛି: ପ୍ରେମିକ ରାହୁଲ ରାଜ ସିଂହ

ମୁମ୍ବାଇ: ପ୍ରତ୍ୟୁଷା ଯିବା ପରେ ସବୁ ବଦଳିଗଲା। ମୋ କ୍ୟାରିୟର ନଷ୍ଟ ‌ହୋଇଯାଇଛି। ଟେଲି ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା କରିବା ପରେ ଏବେ ନିଜ ମନ କଥା ଖୋଲି କହିଛନ୍ତି ପ୍ରେମିକ ରାହୁଲ ରାଜ ସିଂହ। ପ୍ରତ୍ୟୁଷା ବାନାର୍ଜୀ ଏପ୍ରିଲ ୧, ୨୦୧୬ରେ ଆତ୍ମହତ୍ୟା କରିଥିଲେ। ଏହା ପରେ ରାହୁଲଙ୍କ ଉପରେ ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଆରୋପ ଲାଗିଥିଲା। ଏଥିପାଇଁ ତାଙ୍କୁ ୩ମାସ ଜେଲରେ ରହିବାକୁ ପଡ଼ିଥିଲା। ପରେ ସେ ଜେଲରୁ ବାହାରକୁ ଆସିଥିଲେ ବି ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଇଥିଲା।ଏବେ ପ୍ରାୟ ୮ବର୍ଷ ପରେ ପୁଣି ଥରେ ପରଦାକୁ ଫେରୁଛନ୍ତି ରାହୁଲ। ଅଙ୍କିତଙ୍କୁ ତିୱାରୀଙ୍କ ମ୍ୟୁଜିକ୍ ଆଲବମ୍ ‘ବେପରୱା ୨’ରେ ତାଙ୍କୁ ଦେଖିବାକୁ ମିଳିବ। ଏନେଇ ସେ ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ କହିଛନ୍ତି, ପାୱାର କପଲରେ ମୁଁ ପ୍ରତ୍ୟୁଷାଙ୍କ ସହ ନଜର ଆସିଥିଲି। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ମଁ ଅବସାଦଗ୍ରସ୍ତ ହୋଇଯାଇଥିଲି। ବଞ୍ଚିବାକୁ ଇଚ୍ଛା ନଥିଲା। ଯେତେବେଳେ ମୁଁ ଅବସାଦରୁ ବାହାରକୁ ଆସି କାମ କରିବାକୁ ଚାହିଁଲି, ମୋତେ କାମ ମିଳିଲା ନାହିଁ। କାରଣ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟାର ଆରୋପ ମୋ ଉପରେ ଲାଗିଥିଲା। ମୁଁ ବିବାଦରେ ଥିବାରୁ ମୋତେ କେହି କାମ ଦେବାକୁ ପସନ୍ଦ କରୁନଥିଲେ। ଏତେ ବର୍ଷ ସଂଘ‌ର୍ଷ କରିବା ପରେ ଏବେ ମେତେ ଏହି ମ୍ୟୁଜିକ ଭିଡିଓ ଅଫର କରାଯାଇଛି। ଅଙ୍କିତଙ୍କୁ ତିୱାରୀଙ୍କ ମ୍ୟୁଜିକ୍ ଆଲବମ୍ ‘ବେପରୱା ୨’ରେ କାମ କରି ମୋତେ ବହୁତ ଖୁସି ଲାଗୁଛି।

Leave a Reply

Your email address will not be published. Required fields are marked *