ରାଜ୍ୟ

ମା’ ଭଗବତୀ ମନ୍ଦିର ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ


ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ହଠାତ ବାଣପୁର ଗସ୍ତରେ ଆସି ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ। ତାଙ୍କ ସହ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଓବିସିସି ପରିଚାଳନା ନିର୍ଦ୍ଦେଶକ ଇ. ଜୟକୃଷ୍ଣ ଦାସ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକ୍ଷକ ଅଶ୍ୱିନୀ ଶତପଥୀ ଏବଂ ସ୍ଥପତି ଅକ୍ଷୟ ବେହୁରିଆ ଆଦି ଉପସ୍ଥିତ ଥିଲେ।

ଉକ୍ତ ଟିମ ମନ୍ଦିରକୁ କିପରି ୫-ଟି ଅନ୍ତର୍ଗତ ନୂତନ ରୂପରେଖ ଦିଆଯିବ ତାହା ଉପରେ ଆଲୋଚନା କରିଥିଲେ। ମା’ ମନ୍ଦିର ସ୍ଥିତି ସମେତ ଏହି ଟିମ ପାରିପାର୍ଶ୍ୱ ଅଞ୍ଚଳ ବୁଲି ଦେଖିଥିଲେ। ମନ୍ଦିର ଚତୁର୍ପାଶ୍ୱରେ ପ୍ରାଚୀର ନିର୍ମାଣ, ପୁରୁଣା ମନ୍ଦିରକୁ ନୂତନ ଢାଞ୍ଚାରେ ନିର୍ମାଣ, ମନ୍ଦିରକୁ ସଂଯୋଗ ପାଇଁ ରୋଡ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ଏହି ଟିମ।ପରିଶେଷରେ ଏହି ଟିମ ସ୍ଥାନୀୟ ସେବାୟତ ଓ ବୁଦ୍ଧିଜୀବୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଥିଲେ। ନିକଟରେ ମା’ ଭଗବତୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ପ୍ଲାନ ଅନୁମୋଦନ କରିଥିବା ବେଳେ ମନ୍ଦିର କାମ ସ୍ୱଳ୍ପ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବାଣପୁର ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ,ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *