ଧର୍ମ

ଛାତ୍ରୀଙ୍କୁ ଅପହରଣ କରି ରସିକିଆ ଶିକ୍ଷକ ଗିରଫ

ବୋରିଗୁମ୍ମା: ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ନେଇଯାଇଥିବା ଅଭିଯୋଗରେ ଜଣେ ରସିକିଆ ଶିକ୍ଷକକୁ ଗିରଫ କରିଛି ବି ସିଂହପୁର ପୁଲିସ । ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଚମ୍ପାପଦର୍ ହାଇସ୍କୁଲର ସହକାରୀ ଶିକ୍ଷକ ସୁବ୍ରତ ତୁଷାର ରଞ୍ଜନ ମଲ୍ଲିକ। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନଗିରି ଗ୍ରାମ ଅଗ୍ନିକ ମଲ୍ଲିକଙ୍କ ପୁଅ। ବି ସିଂହପୁର ପୁଲିସର କହିବା ଅନୁଯାୟୀ ଗତ ୨୦ ମାର୍ଚ୍ଚରେ ଦଶମ ଶ୍ରେଣୀର ଶେଷ ଦିନ ଚମ୍ପାପଦର ହାଇସ୍କୁଲର ଛାତ୍ରୀ କାଠରଗଡା ହାଇସ୍କୁଲରେ ପରୀକ୍ଷା ଦେବାକୁ ଆସି ଆଉ ଘରକୁ ଫେରି ନ ଥିଲେ । ଘର ଲୋକ ଏନେଇ ବି ସିଂହପୁର ଥାନାରେ ଏତଲା ଦେଇଥିଲେ ।ବି ସିଂହପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁଙ୍କ ନେତୃତ୍ବରେ ଘଟଣାର ଅନୁସନ୍ଧାନ କରାଯାଇଥିଲା | ଆଜି ପୁଲିସ ଉକ୍ତ ଛାତ୍ରୀ ଅପହରଣର ପର୍ଦ୍ଦାଫାଶ କରି ଏହି ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ କେସ ନମ୍ବର ୪୦/୨୦୨୩ ଅନୁଯାୟୀ ଭାରତୀୟ ଦଣ୍ଡ ବିଧାନ ଧାରା ୩୬୩ ଅନୁଯାୟୀ ୩୬୩/୩୬୬(ଏ) /୩୭୬(୨)(ଏନ)/ଧାରା୫୦୬/୬ ପୋକସୋ ଆଇନ ୨୦୧୨ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି |

Leave a Reply

Your email address will not be published. Required fields are marked *