ବାଣିଜ୍ୟ

ମୋଦୀଙ୍କୁ ଫଲୋ କଲେ ଟ୍ବିଟର୍‌ ମାଲିକ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ବିଟର୍‌ରେ ଫଲୋ କରିବା ଆରମ୍ଭ କରିଛନ୍ତି ‘ଟୁଇଟର୍‌’ ମାଲିକ ଏଲନ୍‌ ମସ୍କ୍‌। ସେ ଟ୍ବିଟ୍‌ରେ ଫଲୋ କରିଥିବା ସମୁଦ‌ାୟ ୧୯୫ ଜଣଙ୍କ ମଧ୍ୟରେ ମୋଦୀଙ୍କ ନାମ ବି ରହିଛି। ମସ୍କଙ୍କ ଫଲୋ ତାଲିକାର ଏକ ସ୍କ୍ରିନ୍‌ସଟ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମସ୍କଙ୍କର ଫଲୋୟର୍ସ ସଂଖ୍ୟା ୧୩୪.୩ ମିଲିୟନ୍‌।

ଟ୍ବିଟର୍‌ରେ ସବୁଠାରୁ ଅଧିକ ଫଲୋୟର୍ସ ଥିବା ବ୍ୟବହାରକାରୀଙ୍କ ମଧ୍ୟରେ ମସ୍କ ଆଗରେ ରହିଛନ୍ତି। ମାର୍ଚ ମାସ ଶେଷ ସୁଦ୍ଧା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅତିକ୍ରମ କରିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି। ତେବେ ମ‌ୋଦୀଙ୍କର  ଟ୍ବିଟର୍‌ରେ ୮୭.୭ ମିଲିୟନ୍‌ ଫଲୋୟର୍ସ ଅଛନ୍ତି। ତେବେ ସେ ହେଉଛନ୍ତି ସବୁଠାରୁ ଅଧିକ ଫଲୋୟର୍ସ ଥିବା ରାଜନେତା।

ମସ୍କ ମୋଦୀଙ୍କୁ ଫଲୋ କରିବା ପରେ ଏବେ ଏହି ଚର୍ଚ୍ଚା ହେଉଛି ଯେ ତାଙ୍କ ମାଲିକାନାରେ ଥିବା ଗାଡ଼ି ପ୍ରସ୍ତୁତକାରୀ କମ୍ପାନି ‘ଟେସ୍‌ଲା’ ଖୁବ୍‌ ଶୀଘ୍ର ଭାରତରେ ଉତ୍ପାଦନ ଆରମ୍ଭ କରିପାରେ। ଜଣେ ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି, ‘ମୋଦୀଙ୍କୁ ଫଲୋ କରିବା ପାଇଁ ମସ୍କଙ୍କୁ କ’ଣ ବାଧ୍ୟ କଲା?’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଭାରତକୁ ଏକ ବିକାଶଶୀଳ ଦେଶ ଭାବେ ଗଢ଼ିବାରେ ମୋଦୀ ସବୁବେଳେ ଚେଷ୍ଟା କରୁଛନ୍ତି’।

ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟ୍ୱିଟରରେ ମାସକୁ ପ୍ରାୟ ୪୫୦ ମିଲିୟନ୍‌ ଉପଭୋକ୍ତା ସକ୍ରିୟ ରହୁଛନ୍ତି। ସେଥିମଧ୍ୟରୁ ୩୦ ପ୍ରତିଶତ ବ୍ୟବହାରକାରୀ ମସ୍କଙ୍କୁ ଫଲୋ କରୁଛନ୍ତି।

Leave a Reply

Your email address will not be published. Required fields are marked *