ମୁଖ୍ୟ ଖବର

ଗ୍ରାମ୍ୟ ନିର୍ମାଣ ଭବନର କଳାପାହାଡ଼ ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ ସାମଲ

ଭୁବନେଶ୍ୱର : ଗ୍ରାମ୍ୟ ଉନୟନ ବିଭାଗରେ ବ୍ୟାପକ ଦୁର୍ନୀତି ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ ସାମଲଙ୍କ ଦ୍ୱାରା ହେଉଥିବାର ଅଭିଯୋଗ ହେଉଛି l ସିଏଜି ରିପୋର୍ଟ ରେ ଦର୍ଶାଯାଇଛି ଯେ ଗ୍ରାମ୍ୟ ଉନୟନ ବିଭାଗରେ ହେଉଥିବା ରାସ୍ତା ଘାଟ, ସେତୁ ନିର୍ମାଣ ନିମ୍ନମାନର ଓ ଅଧାପନ୍ଥର ହେଉଛି l ଏପରିକି ଅନେକ ସ୍ଥାନରେ ନିର୍ମାଣ ନାମରେ ମିଥ୍ୟା ବିଲ କରାଯାଇ ସରକାରୀ ଅର୍ଥ କୁ ହଡପ କରାଯାଇଛି l କୋଟି କୋଟି ଟଙ୍କା ସରକାର ବିଭାଗରେ କରୁଥିଲେ ମଧ୍ୟJ ସର୍ବୋଚ୍ଚ ଯନ୍ତ୍ରୀ ସାମଲଙ୍କ ପାଇଁ ତାହା ସମ୍ଭବ ହୋଇପାରିନାହଁ l ଲାଞ୍ଚୁଆ, ଖଛୁଆ, ମଦଖିଆ ସର୍ବୋଚ୍ଚ ଯନ୍ତ୍ରୀ ସାମଲ ମାତ୍ରାଧିକ ପିସି ଆଦାୟ କରି ନିମ୍ନମାନର କାମ କରୁଥିବାର ବହୁ ଅଭିଯୋଗ ହସ୍ତଗତ ହୋଇଛି l ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ବିଚିତ୍ର ମଲିଆ ଅଭିଯୋଗ କରିଛନ୍ତି ଯେ ଯନ୍ତ୍ରୀ ସାମଲ ରାଜ୍ୟର ବହୁ ଜିଲ୍ଲା ଗ୍ରସ୍ତ କରି ଜୀବନ ଯୌବନ ଉପଭୋଗ ସରକାରୀ ଅର୍ଥରେ କରୁଛନ୍ତି, ସାମଲଙ୍କ ଗ୍ରସ୍ତ ସୂଚି ଓ କେତେ ଅର୍ଥ ଖର୍ଚ୍ଚ ବିଷୟରେ ତଥ୍ୟ ମାଗିଲେ ତାହା ଦେଉନାହାନ୍ତି l ସୂଚନା ଅଧିକାର ନିୟମକୁ ଯନ୍ତ୍ରୀ ସାମଲ ଡାଳିମକଚି ଦେଇଛନ୍ତି l କିଛିଦିନ ପୂର୍ବେ ଜାତୀୟ ରାଜପଥ ବିଭାଗର ମୁଖ୍ୟ ଯନ୍ତ୍ରୀ ସେନାପତି ପୁତ୍ର ବିଭାହ ଉତ୍ସବ ରେ ମଦପିଇ ଯନ୍ତ୍ରୀ ସାମଲ ମାତାଲ ହୋଇ ତଳେ ଗଡି ନାଗୀନ ନୃତ୍ୟ କରି ଉପହାସିତ ହୋଇଥିଲେ l ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମୋ ସାଙ୍ଗ କହି ଯନ୍ତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି ସାମଲ l ଯନ୍ତ୍ରୀ ସାମଲଙ୍କ ଅନେକ ଲୋମଟାଙ୍କୁରା କଳଙ୍କିତ ତଥ୍ୟ ଆମର ହସ୍ତଗତ ହୋଇଛି ତାହା ପ୍ରକାଶ ପାଇବ l

Leave a Reply

Your email address will not be published. Required fields are marked *