ରାଜ୍ୟ

ଚାରି ଲେନ ରାସ୍ତା ର ଭିତ୍ତିପ୍ରସ୍ତର ସ୍ଥାପନ


ନିମାପଡ଼ା : ନିମାପଡ଼ା ପୂର୍ତ୍ତ ବିଭାଗ ଅଧୀନସ୍ଥ ନିମାପଡ଼ା – ପିପିଲି ମୁଖ୍ୟ ରାସ୍ତାର ଏ ନ ଏସି ମଧ୍ୟ ଦେଇ ଯାଇଥିବା ସାଢେ଼ ତିନି କିଲୋମିଟର ରାସ୍ତାକୁ ୪ ଲେନ କରିବା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ନିମାପଡ଼ା ଏ ନ ଏସି ରେ ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ତଳ ଅଣ୍ଢିଆ ଠାରୁ କୁଶଭଦ୍ରା ବ୍ରିଜ ପର୍ଯ୍ୟନ୍ତ ୩.୪ କିଲୋମିଟର ରାସ୍ତାକୁ ୧୭ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ୪ ଲେନ ବିଶିଷ୍ଟ କରାଯିବ ।ଏହି ରାସ୍ତାରେ ଥିବା ନିମାପଡ଼ା ଜୟଗୁରୁ ଆଶ୍ରମ ଛକ ନିକଟରେ ନିମାପଡ଼ା ବ୍ରାଞ୍ଚ କେନାଲ ଓ ତଳ ଅଣ୍ଡିଆ ଛକ ନିକଟରେ ଥିବା ମାଇନର କେନାଲ ବନ୍ଧ ଉପରେ ପୋଲ ନିର୍ମାଣ ହେବ ।ଚାରି ଲେନ ରାସ୍ତାର ମଝିରେ ସିମେଣ୍ଟ ର ଡିଭାଇଡର କରାଯାଇ ମଝିରେ ଗଛ ଲଗାଯିବ ।ସେହିଭଳି ନିମାପଡ଼ା – ବଳଙ୍ଗା ରାସ୍ତାର ଅମଲାପଡା ଠାରୁ ଜେଲ ଗୃହ ପର୍ଯ୍ୟନ୍ତ ଓ ମହାବୀର ମନ୍ଦିର ଠାରୁ ପିପିଲି – କୋଣାର୍କ ରାସ୍ତାକୁ ଟ୍ରକ ଆସୋସିଏସନ ଛକ ନିକଟରେ ସଂଯୋଗ କରୁଥିବା ରାସ୍ତାର ନବିକରଣ କାର୍ଯ୍ୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଏହି ରାସ୍ତା ପାଇଁ ୪ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ , ଉପାଧ୍ୟକ୍ଷ ସନ୍ତୋଷ ଦାଶ, ବିଜେଡି ବ୍ଲକ ଉପସଭାପତି ଅରୁଣ ପ୍ରସାଦ ଦାସ ,ସମ୍ପାଦକ ସନ୍ତୋଷ ଓଝା ,କାଉନସିଲର ଧନୁର୍ଦ୍ଧର ଦାସ ,ପୂର୍ତ୍ତ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୁଶାଲ ହେମ୍ରମ ,ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *