ଅପରାଧ

ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମରେ ଆଜି ସକାଳୁ ଅଭାବନୀୟ ଘଟଣା ଘଟିଯାଇଛି। ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଖବର ମୁତାବକ ଆଜି ସକାଳୁ ମହାନଦୀରୁ ବାଲି ନେଇ ଏକ ହାଇୱା ନୀଳାଦ୍ରିପ୍ରସାଦ ମେଡିକାଲ ପରିସରରେ ଖାଲି କରି ଫେରିବା ବେଳକୁ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ବୋଲି ସ୍ଥାନୀୟ ଲୋକ କହୁଛନ୍ତି।

ତେବେ ହାଇୱା ଟି ମହିଳାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ଗାଡି ମାଲିକଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *