ଅପରାଧ

ବ୍ୟାଙ୍କ ମ୍ୟାନେଜର ନିଖୋଜ, ଥାନାରେ ଏତଲା ଦେଲେ ସ୍ତ୍ରୀ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାର ଶାଖା ପରିଚାଳକ ରାମଚନ୍ଦ୍ର ଧନୱର ସୋମବାର ଠାରୁ ନିଖୋଜ ଥିବାନେଇ ତାଙ୍କ ଧର୍ମପତ୍ନୀ ଆଶା ଭଗତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ଖବର ଅନୁସାରେ ସବୁଦିନ ପରି ଗତ ୧୦ ତାରିଖ ପୂର୍ବାହ୍‌ଣ ୧୦ଟାରେ ରାମଚନ୍ଦ୍ର ଶ୍ୟାମସୁନ୍ଦର ଆପାର୍ଟମେଣ୍ଟରୁ ବ୍ୟାଙ୍କକୁ ବାହାରିଥିଲେ। ହେଲେ ଅପରାହ୍ନ ୧୧ ଘଟିକା ସୁଦ୍ଧା ସେ ବ୍ୟାଙ୍କରେ ପହଂଚି ନଥିଲେ। ବ୍ୟାଙ୍କର ଅନ୍ୟ କର୍ମଚାରୀ ତାଙ୍କ ମୋବାଇଲକୁ କଲ କରିଥିଲେହେଁ ତାଙ୍କ ଯୋଗାଯୋଗ କରିପାରି ନଥିଲେ। ତାଙ୍କ ମୋବାଇଲ୍‌ ସୁଇଚ ଅଫ୍‌ ବୋଲି ସୂଚନା ମିଳୁଥିଲା।ପରେ ବ୍ୟାଙ୍କ କର୍ମଚାରୀମାନେ ରାମଚନ୍ଦ୍ରଙ୍କ ବିଷୟର ଜାଣିବା ପାଇଁ ତାଙ୍କ ପତ୍ନୀ ଆଶା ଭାଗତଙ୍କ ସହ ଯୋଗାଯୋଗ କରିଥିଲେହେଁ ସେ ତାଙ୍କ ସ୍ୱାମୀ ବ୍ୟାଙ୍କ ଯାଇଥିବା ପ୍ରକାଶ କରିଥିଲେ। ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ଖୋଜଖବର ନମିଳିନରୁ, ପତ୍ନୀ ଆଶା ଭଗତ ବଡ଼ବିଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ କେସ ରୁଜ୍ଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *