ଅପରାଧ

ମଦ ବୋଝେଇ କାର ଜବତ, ଅଭିଯୁକ୍ତ ଗିରଫ

ବାଣପୁର :ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଙ୍କ ନିର୍ଦେଶକ୍ରମେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ଏବଂ ଏଏସଆଇ ଶରତ ପଟ୍ଟନାୟକ ସହଯୋଗରେ ପେଟ୍ରୋଲିଂ ଜାରି ରହିଥିବା ବେଳେ 16 ନମ୍ବର ଜାତୀୟ ରାଜପଥ ବୁଚୁଡ଼ି ଛକରେ ଏକ କାର ଉପରେ ସନ୍ଦେହ ହେବାରୁ ତଲାସି ନିଆଯାଇଥିଲା l ତାଲାସି ବେଳେ ଉକ୍ତ କାର ରୁ 75 ବୋତଲ ଆସ୍କା 40 ମଦ ଜବତ ହୋଇଛି l କାର ର ଡ଼ିକିରୁ ଉକ୍ତ ମଦ ଜବତ ହୋଇଛି l ତେବେ ଉକ୍ତ ଘଟଣାରେ ଟାଙ୍ଗୀ ଥାନା ହାଟବରଡ଼ି ଅଞ୍ଚଳର ଅଭିଯୁକ୍ତ ଚିତ୍ତରଞ୍ଜନ ସାହୁଙ୍କୁ ପୋଲିସ ଗିରଫ କରିଛି l ତତସହିତ ଉକ୍ତ ବେଆଇନ ମଦ କାରବାର ରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଖୁବ ଶୀଘ୍ର ଗିରଫ ହେବେ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି l

Leave a Reply

Your email address will not be published. Required fields are marked *