ରାଜ୍ୟ

ମା ମଙ୍ଗଳାଙ୍କ ଝାମୁଯାତ୍ରା ଉଦଯାପିତ


ନିମାପଡା : ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କର ମନ୍ଦିର ରେ ଏକ ମାସ ବ୍ୟାପି ଚାଲି ଆସିଥିବା ପ୍ରସିଦ୍ଧ ଝାମୁଯାତ୍ରା ଆଜି ଉଦଯାପିତ ହୋଇଛି। କାକଟପୁର ରେ ଆଜି ସକାଳୁ ଲକ୍ଷାଧିକ ମାତୃଭକ୍ତ
ଙ୍କ ସମାଗମ ହୋଇଥିଲା। ରାଜ୍ୟ
ର ବିଭିନ୍ନ ମନ୍ଦିର ରେ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେଏକମାତ୍ର ମଙ୍ଗଳା ମନ୍ଦିର ରେ ଚୈତ୍ର ମାସ ର ପଞ୍ଚମ ଅଥବା ବୈଶାଖ ମାସ ର ପ୍ରଥମ ମଙ୍ଗଳବାର ଦିନ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ରାତ୍ର ଦୁଇ ଘଟିକା ଠାରୁ ମନ୍ଦିର ପହୁଡ଼ ଫିଟା ଯାଇ ସ୍ନାନ ମାର୍ଜଣା କରାଯିବା ପରେ ମାଙ୍କୁ ବିଶେଶ୍ୱରୀ ବେଶରେ ସଜିତ କରାଯାଇଥିଲା l ସୂର୍ଯ୍ୟ ପୂଜା ବଲ୍ଳଭ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା l ମାଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତ ବାରିକେଟରେ ଯାଇ ମାଙ୍କୁ ଦର୍ଶନ ଓ ପୂଜାର୍ଚନା କରିଥିଲେ l ଅପରାହ୍ନ ଗୋଟାଏ ବେଳେ ଝଙ୍କଡ଼ ରୁ ଆସିଥିବା ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ଜଳ ତୋଳି ମାଙ୍କ ଆଜ୍ଞାମାଳ ନେଇ ମନ୍ଦିର ସମୁଖରେ ଅଗ୍ନି ପୂର୍ଣ୍ଣ ଗର୍ତ୍ତରେ ଖାଲି ପାଦ ରେ ଚାଲି ଥିଲେ l ଏହାକୁ ଝାମୁ ଚାଲିବା କୁହନ୍ତି l ଝାମୁ ଉତ୍ସବ ପରେ ମନ୍ଦିର ବେଢ଼ା ଓ ସିଂହ ଦ୍ଵାର ଠାରେ ପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ତିନି ଘଟିକା ବେଳକୁ ମାଙ୍କ ର ଭଣ୍ଡ ଧୂପ ନୀତି ଅନୁଷ୍ଠିତ ହେବା ପରେ ପହୁଡ଼ ପଡିଥିଲା l ସନ୍ଧ୍ୟାରେ ସନ୍ଧ୍ୟା ଆଳତି କରାଯାଇ ମାଙ୍କୁ ପୁନଃ ସ୍ନାନ ମାର୍ଜନା କରାଯାଇଥିଲା l ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନେ ମାଙ୍କୁ ଚୁଡା ଘସା ଓ ଗଜା ମଣ୍ଡା ଭୋଗଲାଗି କରୁ ଛନ୍ତି। ଅନେକ ଭକ୍ତ ପ୍ରାଚୀ ନଦୀ କୂଳ ରେ ପରିବାର, ବନ୍ଧୁ ବାନ୍ଧବ, ଶୁଭେଛୁ ଙ୍କ ସହ ମିଶି ବୋଦା ମାଂସ ଭୋଜି କରୁଛନ୍ତି।ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଛି l ଆଜି ପୂଜା ପଣ୍ଡା ଭାବେ ସୁବାସ ଚନ୍ଦ୍ର ପାଢ଼ୀ ମା ଙ୍କ ବେଶ ଓ ସମସ୍ତ ନୀତି କାନ୍ତି କରୁଥିବା ବେଳେ ପାଳିଆ ସେବକ ଭାବେ କୃଷ୍ଣ ଚନ୍ଦ୍ର ଦିକ୍ଷୀତ ଓ ପର୍ଶୁରାମ ଦିକ୍ଷୀତ ଦାୟିତ୍ୱ ତୁଲାଉଛନ୍ତି।ବ୍ଲକ ଛକ ଠାରୁ ମେଡ଼ିକାଲ ଛକ, ମନ୍ଦିର ରାସ୍ତା ରେ ମେଳା ଲାଗିଛି।ବିଭିନ୍ନ ସଙ୍ଗଠନ, କ୍ଲବ, ବିଦ୍ୟାଳୟ, ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଅନ୍ନ ଛତ୍ର, ଜଳ ଛତ୍ର, ସୂଚନା କେନ୍ଦ୍ରମାନ ଖୋଲା ଯାଇଥିଲା। ମା ମଙ୍ଗଳା ଙ୍କ ଝାମୁଯାତ୍ରା ପାଇଁ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡିଥିଲା।

Leave a Reply

Your email address will not be published. Required fields are marked *