ଦେଶ- ବିଦେଶ

ମୋ ଅଧିକାର ସହିତ ଖେଳିବାକୁ ପ୍ରୟାସ କର ନାହିଁ: ସିଜେଆଇ

ନୂଆଦିଲ୍ଲୀ : ମଙ୍ଗଳବାର  ସୁପ୍ରିମକୋର୍ଟରେ ଏପରି କିଛି ଘଟିଛି ଯାହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ  ରାଗି ଯାଇଥିଲେ। ନ୍ୟାୟିକ ପ୍ରକ୍ରିୟା ସହିତ ଖେଳିବାକୁ ଚେଷ୍ଟା କରୁଥିବା ଜଣେ ଓକିଲଙ୍କୁ ସେ ଭର୍ତ୍ସନା କରିଥିଲେ। ଅସନ୍ତୋଷ ବ୍ୟକ୍ତ କରି ସେ ଓକିଲଙ୍କୁ କହିଛନ୍ତି ଯେ ‘ମୋର ଅଧିକାର ସହ ଖେଳିବାକୂ ପ୍ରୟାସ କର ନାହିଁ।

ପ୍ରତ୍ୟେକ ଦିନ ସିଜେଆଇଙ୍କ ନେତୃତ୍ୱାଧୀନ ବେଞ୍ଚ ସୁପ୍ରିମକୋର୍ଟର ବିଭିନ୍ନ ବେଞ୍ଚ ସମ୍ମୁଖରେ ମାମଲାର ଜରୁରୀ ତାଲିକା ପାଇଁ ହାରାହାରି ୧୦୦ ଟି ମାମଲାର ତାଊିକାଭୁକ୍ତ ସମ୍ପର୍କରେ ଶୁଣନ୍ତି। ମଙ୍ଗଳବାର ସିଜେଆଇଙ୍କ ବେଞ୍ଚ ଏପରି କରୁଥିବାବେଳେ ଜଣେ ଓକିଲ ଶୀଘ୍ର ଏହି ମାମଲାର ତାରିଖ ପାଇବା ପାଇଁ ଉଲ୍ଲେଖ କରିଥିଲେ। ସେହି ମାମଲାକୁ ସିଜେଆଇ ଏପ୍ରିଲ ୧୭ ପାଇଁ ତାଲିକାଭୁକ୍ତ କରିସାରିଥିଲେ। ଥରେ ମନା କରିବା ପରେ ମଧ୍ୟ ଯେତେବେଳେ ଓକିଲ ରାଜି ହୋଇ ନ ଥିଲେ, ଏହାକୁ ନେଇ ସିଜେଆଇ ରାଗି ଯାଇଥିଲେ।

ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ମଧ୍ୟ ସିଜେଆଇଙ୍କ ନେତୃତ୍ୱରେ ଥିବା ବେଞ୍ଚରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହା ପରେ ମଧ୍ୟ ଓକିଲ ରାଜି ହୋଇ ନ ଥିଲେ। ସେ କହିଥିଲେ ମୋତେ କ୍ଷମା କରନ୍ତୁ ଏବଂ ଯଦି ଅନୁମତି ଦିଆଯାଏ, ତେବେ ମୁଁ ଏହାକୁ ଅନ୍ୟ ଏକ ବେଞ୍ଚ ସମ୍ମୁଖରେ ଉପସ୍ଥାପନ କରିପାରିବି । ସିଜେଆଇ ଏଥିରେ ରାଗି ଓକିଲଙ୍କୁ ଭର୍ତ୍ସନା କରି କହିଥିଲେ ତୁମେ ମଧ୍ୟ ମୋତେ କ୍ଷମା କର, କିନ୍ତୁ ମୋର ଅଧିକାର ସହିତ ଖେଳ ନାହିଁ। ମୋ ସହିତ ଏହି ଚାଲବାଜି ଖେଳନ୍ତୁ ନାହିଁ । ପ୍ରାରମ୍ଭ ତାରିଖ ପାଇଁ ଆପଣ ଏହାକୁ ଏଠାରେ ଏବଂ ପରେ ଅନ୍ୟତ୍ର ରେଫର୍‌ କରିପାରିବେ ନାହିଁ। ସେ କହିଥିଲେ ଆମେ ଏପ୍ରିଲ ୧୭ ତାରିଖ ଦେଉଛୁ ଏବଂ ଏହା କେବଳ ୧୭ ତାରିଖ ଦିନ ଶୁଣାଣି ହେବ। ଶୀଘ୍ର ତାରିଖ ପାଇବା ପାଇଁ ଏହାକୁ ଅନ୍ୟ କୌଣସି ସ୍ଥାନରେ ଉଲ୍ଲେଖ କରନ୍ତୁ ନାହିଁ ।

ଏହା ପରେ ଓକିଲ ସିଜେଆଇଙ୍କର ଅସନ୍ତୋଷକୁ ଅନୁଭବ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ସହିତ ଯୁକ୍ତି କରିଥିବାରୁ ପାଇଁ ତାଙ୍କୁ କ୍ଷମା କରାଯିବା ଉଚିତ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *