ମୁଖ୍ୟ ଖବର

୨ଟନ୍‌ ୫୦୦ କେଜି ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା :ଚିତ୍ରକୋଣ୍ଡା ପୋଲିସ ସୋମବାର ରାତିରେ କପାତୁଟି ପଞ୍ଚାୟତ ଭାଲୁଗୁଡ଼ା ଜଙ୍ଗଲରେ ଚଢ଼ାଉକରି ୭୨ ଜରି ବସ୍ତାରେ ବନ୍ଧାଯାଇ ରଖାଯାଇଥିବା ଗଞ୍ଜେଇ ଜବତ କରିଛି। ଏହାର ପରିମାଣ ୨ଟନ୍‌ ୫୦୦ କେଜି ବୋଲି ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୨କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା କହିଛନ୍ତି। ଗଞ୍ଜେଇ ଚାଲାଣ ଲାଗି ରଖିଥିବା ଅଭିଯୁକ୍ତମାନେ ଚାଲାଣ ପୂର୍ବରୁ ପୋଲିସ ପହଞ୍ଚତ୍ୟିବା ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଗଞ୍ଜେଇ କାହାର ସେନେଇ ତଦନ୍ତ ଚାଲିଥିବା ଥାନାଧିକାରୀ ମେଲକା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *