ଦେଶ- ବିଦେଶ

ଶ୍ରୀଲଙ୍କା ପୌରପରିଷଦ ନିର୍ବାଚନ ସ୍ଥଗିତ

କଲମ୍ବୋ, : ଅର୍ଥ ଅଭାବରୁ ବାଲାଟ ପେପର ଛାପିବାରେ ଅସମର୍ଥ ହୋଇ ଶ୍ରୀଲଙ୍କାରେ ପୌରପରିଷଦ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ଏହାର ସବୁଠାରୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଫଳରେ ସରକାର ନିର୍ବାଚନ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଦେଶର ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛି ଯେ ଅର୍ଥର ଅଭାବ ଯୋଗୁ ଏପ୍ରିଲ ୨୫ ରେ ଧାର୍ଯ୍ୟ ହୋଇଥିବା ପୌରପରିଷଦ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

ସୋମବାର ପ୍ରଧାନମନ୍ତ୍ରୀ ଦୀନେଶ ଗୁଣବର୍ଦ୍ଧନେ ନିର୍ବାଚନ ଆୟୋଗର ଅଧିକାରୀ ତଥା ପ୍ରମୁଖ ରାଜନୈତିକ ଦଳର ସଦସ୍ୟଙ୍କ ସହ ଏକ ବୈଠକ କରିଛନ୍ତି। ଏହାର ଗୋଟିଏ ଦିନ ପରେ ମଙ୍ଗଳବାର ଆୟୋଗ ଏସମ୍ପର୍କରେ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗର ମହାନିର୍ଦ୍ଦେଶକ ସାମନ ଶ୍ରୀ ରତ୍ନାୟକେ କହିଛନ୍ତି, ଅର୍ଥ ବଣ୍ଟନ ନେଇ ଅର୍ଥ ବିଭାଗ ପକ୍ଷରୁ ନିଶ୍ଚିତ ହେବା ପରେ ହିଁ ନିର୍ବାଚନ ହେବାର ପରବର୍ତ୍ତୀ ତାରିଖ ଘୋଷଣା କରାଯିବ।

ନିର୍ବାଚନ ଆୟୋଗ ପାଖରେ ପାଣ୍ଠି ଅଭାବ ,ଭଳି ସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚରେ ଶ୍ରୀଲଙ୍କା ସରକାରଙ୍କ ପ୍ରିଣ୍ଟିଂ ବିଭାଗର ମୁଖ୍ୟ ଗଙ୍ଗାନି ଲିୟାନେଜ କହିଥିଲେ ୨୧ ରୁ ୨୪ ଫେବୃଆରୀ ପର୍ଯ୍ୟନ୍ତ ଡାକ ଭୋଟ ପାଇଁ ବାଲାଟ ପେପର ମୁଦ୍ରଣ କରିବାରେ ଅସମର୍ଥତ ଯୋଗୁ ନିର୍ବାଚନ ଆୟୋଗକୁ ନିର୍ବାଚନ ସ୍ଥଗିତ ରଖିବାକୁ ପଡିବ। ଲିଆନେଜ କହିଥିଲେ ନିର୍ବାଚନ ପାଇଁ ପ୍ରାୟ ୫୦୦ ନିୟୁତ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଟ୍ରେଜେରୀରୁ ସେମାନେ କେବଳ ୪୦ ନିୟୁତ ଟଙ୍କା ପାଇଥିଲେ।

Leave a Reply

Your email address will not be published. Required fields are marked *