ଖେଳ

ରାଜ୍ୟ ସ୍ତରୀୟ ଚେସ ପ୍ରତିଯୋଗିତା ଉଦଯାପିତ


କୋରାପୁଟ : କୋରାପିତ ର ସାରବୋଦୟ କମ୍ପ୍ଲେକ୍ସଠାରେ ଚାଲିଥିବା 17ବର୍ଷ ରୁ କମ ବାଳକ ଓ ବାଳିକା ଙ୍କ ରାଜ୍ୟ ସ୍ତରୀୟ ଚେସ ଚାମ୍ପିୟନସିପ ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା. ଏହି ପ୍ରତିଯୋଗିତା ରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ 33ଜଣ ବାଳିକା ଓ 52 ଜଣ ବାଳକ ଅଂଶଗ୍ରହଣ କରିଥିଲେ. ସେମାନେ କୋରାପୁଟ, ଭଦ୍ରକ, କେନ୍ଦ୍ରାପଡା, ଗଞ୍ଜାମ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଢେଙ୍କାନାଳ, ପୁରୀ ଏବଂ କିସ ଓ କୀଟ ତରଫା ରୁ ପ୍ରତିନିଧିତ୍ୱ କରିଥିଲେ. ଏହି ପୁରସ୍କାର ବିତରଣ ଉତ୍ସବରେ କୋରାପୁଟ ର ବିଧାୟକ ଓ ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ଶ୍ରୀଯୁକ୍ତ ରାଘଇରମ ପଡାଳ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଜି ସି ମହାପାତ୍ର, ଅଧ୍ୟକ୍ଷ ଅଲ ଓଡିଶା ଚେସ ଆସୋସିଏସନ, ଶ୍ରୀଯୁକ୍ତ ଭବେଶ ମହାନ୍ତି, ଚିଫ ଅରବିଟର, ଶ୍ରୀମତୀ ମୀରା ପରିଡା, ସମାଜସେବୀ, ଲାଲଟେନ୍ଦୁ ପ୍ରତାପ ଦେଓ, ସଭାପତି, ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି, ସମ୍ପାଦକ, ସୁଶ୍ରୀ ସାଗରିକ ମୁନି, କୋଷାଧକ୍ଷ, ଶ୍ରୀଯୁକ୍ତ ଦୀନବନ୍ଧୁ ନାଏକ, ଚେସ ପ୍ରଶିକ୍ଷକ, କୋରାପୁଟ ଜିଲ୍ଲା ଚେସ ଆସୋସିଏସନ ରୁ ସାନମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରି ଥିଲେ ଓ କୋରାପୁଟ ଠାରେ ରାଜ୍ୟ ସ୍ତରୀୟ ଚେସ ପ୍ରତିଯୋଗିତା କରିଥିବାରୁ ନିଖିଳ ଓଡିଶା ଚେସ ଆସୋସିଏସନ ଓ କୋରାପୁଟ ଜିଲ୍ଲା ଚେସ ଆସୋସିଏସନ, କଳିଙ୍ଗ ସ୍ପୋର୍ଟ ଫାଉଣ୍ଡେସନ କୁ ଧନ୍ୟବାଦ ଜଣେଇଥିଲେ. ଏହି ପ୍ରତିଯୋଗିତା ପରିଚାଳନା ରେ ଶ୍ରୀ ଚିତ୍ତରଞ୍ଜନ ବାଗ ଓ ଶ୍ରୀ ହେମନ୍ତ ସାମଲ ସହଯୋଗ କରିଥିଲେ.
ଏହି ପ୍ରତିଯୋଗିତା ରେ ବାଳିକା ବର୍ଗରେ ପ୍ରୀତିଶା ମିତ୍ର ପ୍ରଥମ ସ୍ଥାନ ଏବଂ ସୀମା ପୃଷ୍ଟି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ, 14ବର୍ଷ ରୁ କମ ବର୍ଗରେ ସୋନାଲି ପରଜା,12 ବର୍ଷ ରୁ କମ ବର୍ଗରେ ଡଲି ମୁଦୁଲି,ଏବଂ 10ବରା ରୁ କମ ବର୍ଗରେ ସାନଭି ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ.
 ବାଳକ ବର୍ଗରେ ଆୟୁଷ୍ମାନ ମହାନ୍ତି ପ୍ରଥମ ସ୍ଥାନ, ହିମାଂଶୁ ଶେଖର ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ. ବାଳକ 8ବର୍ଷରୁ କମ ବର୍ଗ ରେ ସାଗନିକ ରାୟ,10ବର୍ଷ ରୁ କମ ବର୍ଗ ରେ ପ୍ରତ୍ୟୁଷ କୁମାର ସେଠି,12 ବର୍ଷ ରୁ କମ ବର୍ଗରେ ସାଇ ଚିରଂଜିତ,14 ବର୍ଷ ରୁ କମ ବର୍ଗରେ ଯତୀନ ସେନାପତି ପ୍ରଥମ ସ୍ଥାନ ଅଧିକାର କରିଥିଲେ. କୋରାପୁଟ ଜିଲ୍ଲାର ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ସଂଗ୍ରାମ ନାଚିକା, ମୟୂଖ ଦେବାଂଶ ସାହୁ ଏବଂ ବାଳିକା ବର୍ଗରେ ଶୁକ୍ରି ଜାନି ଙ୍କୁ କୋରାପୁଟ ଜିଲ୍ଲା ଚେସ ଆସୋସିଏସନ ତରଫରୁ ଅକ୍ଷୟ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା.
ବାଳକ ଓ ବାଳିକା ବର୍ଗ ରୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଚାରିଜଣ ଆସନ୍ତା ମେ ମାସ 1ତାରିଖ ରୁ 9ତାରିଖ ପର୍ଯ୍ୟନ୍ତ ପଞ୍ଜାବ ର ଜଳନ୍ଦାରଠାରେ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି.

Leave a Reply

Your email address will not be published. Required fields are marked *