ଶିକ୍ଷା

ଭେଟେଶ୍ୱର ହାଇସ୍କୁଲ କଲେଜକୁ ରୂପାନ୍ତରଣ


ବାଣପୁର :- ରାଜ୍ୟ ସରକାର ବିଗତ ଦିନରେ ରାଜ୍ୟର ବହୁ ହାଇସ୍କୁଲକୁ କଲେଜରେ ରୂପାନ୍ତରଣ କରିଥିବା ବେଳେ ଏହି ପ୍ରକ୍ରିୟାରେ ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଭେଟେଶ୍ୱର ହାଇସ୍କୁଲ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା l ଉକ୍ତ ସ୍କୁଲରେ କେବଳ ଦ୍ୱାଦଶ କଳା ବିଭାଗରେ ଚଳିତ ବର୍ଷ ପାଠ ପଢାଇବାକୁ ଆଦେଶ ଥିବାବେଳେ 128 ଜଣ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇ ଅଧ୍ୟୟନ କରିବାର ବ୍ୟବସ୍ଥା ହୋଇଛି l ସେହି ପରିପ୍ରେକ୍ଷୀରେ ଉକ୍ତ ସ୍କୁଲରେ ବିଇଓ ସନାତନ ଜାଲିଙ୍କ ତତ୍ୱାବଧାନରେ +2 ନାମଲେଖା ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଭେଟେଶ୍ୱର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସ୍କୁଲ ଆଲୁମିନ କମିଟି ସଭାପତି ଶଶିଭୂଷଣ ସୁବୁଦ୍ଧିଏସଏମସି ସଭାପତି କାନ୍ହୁ ଚରଣ ପଲାଇ ଏବଂ ବିଆରସିସି ସାନ୍ଧ୍ୟରାଣୀ ହରିଚନ୍ଦନ ଅତିଥି ଭାବେ ଯୋଗ ଦେଇ ଉକ୍ତ ସ୍କୁଲରେ ପ୍ରଥମ କରି ଖୋଲିଥିବା +2ରେ ନାମ ଲେଖାଇବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଗ୍ରାମବାସୀଙ୍କ ସହ ଉକ୍ତ ସ୍କୁଲରେ ଦଶମଶ୍ରେଣୀରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଦଶମଶ୍ରେଣୀରେ ପାସ କରି ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲା l ଏଠାରେ ସମୁଦାୟ 128ଜଣ ଛାତ୍ରଛାତ୍ରୀ ନାମଲେଖାଇବାର ସୁବିଧା ଥିବାବେଳେ 64ଜଣ ଆର୍ଥିକ ଅନଗ୍ରସର, ଅଧାରୁ ପାଠ ଛାଡ଼ିଥିବା ପିଲା ମାନଙ୍କୁ ବିଇଓ ଓ କମିଟି ମାଧ୍ୟମରେ ଚୟନ କରାଯିବାର ବନ୍ଦୋବସ୍ତ କରାଯାଇଛି l ଅବଶିଷ୍ଟ 64ଜଣ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ନାମଲେଖାଇପାରିବେ ବୋଲି ବିଇଓ ସନାତନ ଜାଲି ପ୍ରକାଶ କରିଛନ୍ତି l ଉକ୍ତ ସ୍କୁଲରେ +2ଖୋଲିବା ଫଳରେ ସ୍କୁଲ ସଂଲଗ୍ନ ନୀଳାଦ୍ରି ଓ ଦାମିଆ ବରବରା ଭଳି ଆଦିବାସୀ ଅଧୁଷିତ ପଞ୍ଚାୟତର ଛାତ୍ରଛାତ୍ରୀ ମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *