ରାଜନୀତି

ନବ ଦାସଙ୍କ ହତ୍ୟା ମାମଲା: ୫-ଟି ସଚିବ, ବବି ଦାସ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଲେ ଜୟନାରାୟଣ

ଭୁବନେଶ୍ୱର,: ବିଧାନସଭା ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଥିବା ବେଳେ ଗୃହରେ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ଅଭିଯୋଗ କରି ପ୍ରତିବାଦ କରିଥିଲା କଂଗ୍ରେସ। ଏହି ସମୟରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୃହରେ ବିସ୍ଫୋରକ ବୟାନ ଦେଇଛନ୍ତି। ହତ୍ୟା ମାମଲାରେ ରାଜ୍ୟର ୫-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମ୍ପୃକ୍ତ ଥିବା ନେଇ ସେ ସିଧାସଳଖ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ନବ ଦାସଙ୍କ ହତ୍ୟାର ୪ଦିନ ପୂର୍ବରୁ ୫-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଫୋନରେ କ’ଣ କଥାବାର୍ତ୍ତା ହୋଇଥିଲେ,ତାହାକୁ ଯାଞ୍ଚ କରିବା ଦରକାର ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *