ଅପରାଧ

୫ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ୍‌ସୁଗାର ଜବତ

କେନ୍ଦୁଝର: ଜିଲ୍ଲାର ନନ୍ଦିପଡା ଥାନା ଅଂଚଳରୁ ଆଜି ୫୫ ଗ୍ରାମର ବ୍ରାଉନସୁଗାର ସହ ବାଇକ୍ ଜବତ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ ମଧ୍ୟ କରାଯାଇଛି । ସମ୍ବଲପୁର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ନନ୍ଦିପଦା ଥାନା ଶାଳଣିଆ ଅଞ୍ଚଳରେ ଚଢଉ କରି ଚଷାଖଣ୍ଡ ଗାଁ ନିକଟରୁ ୫୫ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ଭଦ୍ରକ ଗ୍ରାମାଂଚଳ ଥାନା ଗେଲପୁରର ସୁଶାନ୍ତ କୁମାର ନାୟକ।ଅବକାରୀ ବିଭାଗ ଜବତ କରିଥିବା ବ୍ରାଉନସୁଗାରର ମୂଲ୍ୟ ୫ଲକ୍ଷ ୫୦ ହଜାର ଟଙ୍କା ହେବ। ଏଥିସହ ଯୁବକ ନିକଟରୁ ଏକ ବାଇକ୍ ଜବତ କରାଯାଇଛି। ଯୁବକ ଜଣଙ୍କ ଭଦ୍ରକ ଅଞ୍ଚଳରୁ ବ୍ରାଉନସୁଗାର ଆଣି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ନିୟମିତ ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଅବକାରୀ ବିଭାଗ ର ଅଧିକାରୀ କହିଛନ୍ତି। ତେବେ ଆଉ କିଏ ଏଥିରେ ସାମିଲ୍ ଅଛନ୍ତି ତାର ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *