ଅପରାଧ

ସ୍ତ୍ରୀ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସ୍ବାମୀ

ନୂଆଦିଲ୍ଲୀ: ଗୁଜୁରାଟର ସୁରଟରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ପୁଲିସ ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗ ରୁଜୁ ନକରିବାରୁ ସେ ସ୍ଥାନୀୟ ଅଦାଲତର ଦ୍ବାରସ୍ଥ ହୋଇଥିଲେ।

ଅଦାଲତରେ ପୀଡିତ ସ୍ବାମୀ ଉଲ୍ଳେଖ‌ କରି କହିଛନ୍ତି, ‘ ମୁଁ ଧୋକା ଖାଇଛି, ସ୍ତ୍ରୀର ଅତିତ ବିଷୟରେ କିଛି ନଜାଣି ମୁଁ ତା ସହ ଶାରୀରିକ ସମ୍ପର୍କ ରଖିଛି। ଆଉ ସେ ବି ମୋତେ ଶାରୀରିକ ସମ୍ପର୍କ ପାଇଁ ବାରମ୍ବାର ବାଧ୍ୟ କରିଥିଲା। ଏହା ମୋର ସହ ଦୁଷ୍କର୍ମ ହୋଇଥିବ‌ା ମୁଁ ଦାବିର ସହ କହିବି।’

ସୂଚନାଯୋଗ୍ୟ, ଦମ୍ପତିଙ୍କ ବିବାହକୁ ୧୦ ବର୍ଷ ହୋଇଥିବା ବେଳେ ଦୁହିଁଙ୍କର ଦୁଇଟି ପିଲା ରହିଛନ୍ତି। ପୀଡିତ ସ୍ବାମୀ ଅଦାଲତଙ୍କୁ କହିଛନ୍ତି କି, ମୋର ସ୍ତ୍ରୀ ପୂର୍ବରୁ ବିବାହିତ ଏ କଥାକୁ ସେ ମୋତେ ଲୁଚାଇଥିଲା। ତାର ପୂର୍ବ ସ୍ବାମୀ ବି ଅଛନ୍ତି ବୋଲି ମୁଁ ଜାଣିବାକୁ ପାଇଛି।

ଏହି ଘଟଣା ‌ସେତେବେଳେ ଅଧିକ ବିଗିଡ଼ି ଯାଇଥିଲା ଯେତେବେଳେ ପୀଡିତ ତାଙ୍କ ପିଲା ଦ୍ବୟଙ୍କ ଡିଏନଏ ପରୀକ୍ଷା କରାଇଥିଲେ। ଦୁଇଜଣ ସନ୍ତାନଙ୍କ ଡିଏନଏ ରିପୋର୍ଟ ତ ଆସିଥିଲା। କିନ୍ତୁ ଏହି ରିପୋର୍ଟ ଦେଖି ପୀଡିତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପିଲାଙ୍କ ଡିଏନଏ ରିପୋର୍ଟ  ମହିଳାଙ୍କ ପୂର୍ବତନ ସ୍ବାମୀ ଓ ଏବେର ସ୍ବାମୀ କାହାରି ସହିତ ମେଳ ଖାଇ ନଥିଲା। । ଆର୍ଥାତ ଏହି ଦୁଇଜଣ ପିଲାଙ୍କ ବାପା ଆଉ କିଏ ଥିବା ଜଣାପଡ଼ିଲା।

ଏହି ଘଟଣା ପରେ ପୀଡିତ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ି ଅଦାଲତଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *