ମନୋରଞ୍ଜନ

ସୁଟିଂ ବେଳେ ଗୁରୁତର ଆହତ ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ସୁଟିଂ ସମୟରେ ଆହତ ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ। ଅଭିନେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର ‘କେଡି: ଦ ଡେଭିଲ୍ସ’ ପାଇଁ ବୋମା ବିସ୍ଫୋରଣ ଦୃଶ୍ୟ ସୁଟିଂ ସମୟରେ ତାଙ୍କ ସହ ଏହି ଘଟଣା ଘଟିଛି। କୁହାଯାଉଛି ଯେ, ବେଙ୍ଗାଲୁରୁରେ ସୁଟିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ପରେ ସଞ୍ଜୟଙ୍କ ମୁହଁ ଓ ହାତରେ ଆଘାତ ଲାଗିଛି। ବୋମା ବିସ୍ଫୋରଣ ଦୃଶ୍ୟ ସୁଟିଂ ସମୟରେ ସୁଟିଂ ସେଟରେ ଥିବା ଏକ ଗ୍ଲାସ ଭାଙ୍ଗିଯିବାରୁ କାଚ ଖଣ୍ଡ ସଞ୍ଜୟଙ୍କ ମୁହଁ ଓ ହାତରେ ପଶିଯାଇଥିଲା। ଏହା ପରେ ସୁଟିଂକୁ ବନ୍ଦ ରଖାଯାଇ ସଞ୍ଜୟଙ୍କ ଚିକିତ୍ସା କରାଯାଇଥିଲା। ତେବେ ସୁଟିଂ ସେଟରେ ସୁରକ୍ଷା ଦିଗପ୍ରତି ଧ୍ୟାନ ଦିଆଯାଉଥିବା ବେଳେ ଏହି ଦୁର୍ଘଟଣା କେମିତି ଘଟିଲା ତାହା ଜଣାପଡ଼ିନାହିଁ।

ପ୍ରେମଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ କେଡି ତାମିଲ, କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ସମେତ ଏକାଧିକ ଭାଷାରେ ମୁକ୍ତିଲାଭ କରିବ। କେଡି ପରେ ସଞ୍ଜୟ, ଶାହରୁଖ ଖାନଙ୍କ ସହିତ ଫିଲ୍ମ ଜବାନରେ ନଜର ଆସିବେ। ଶାହରୁଖ ଓ ସଞ୍ଜୟ ଆଗାମୀ ୪-୫ଦିନ ମଧ୍ୟରେ ଫିଲ୍ମରେ ଥିବା ଆକ୍ସନ ଦୃଶ୍ୟ ପାଇଁ ସୁଟିଂ କରିବେ। ମୁମ୍ବାଇ ଷ୍ଟୁଡିଓରେ ଏହାର ସୁଟିଂ ହେବ

Leave a Reply

Your email address will not be published. Required fields are marked *