ଅପରାଧ

ବାପାକୁ ହତ୍ୟା କଲା ପୁଅ

ଶେରଗଡ଼: ବାହାଘର ନକରାଇବାରୁ ବାପାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁଅ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନ କାଚଖଣ୍ଡି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ପ୍ରକାଶ ସେଠୀ। ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ପୁଅ ଅଶ୍ବିନୀ (୩୫)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଶ୍ବିନୀ ମୁମ୍ବା‌ଇରେ କାମ କରୁଥିଲା। କିନ୍ତୁ ବୟସ ଗଡ଼ିଚାଲିଥିଲେ ହେଁ, ତା’ର ବାହାଘର କରାଉ ନଥିବାରୁ ସେ ପ୍ରକାଶଙ୍କ ସହ ପ୍ରତିଦିନ ଗଣ୍ଡଗୋଳ କରୁଥିଲା। ଗତ ୮ ତାରିଖରେ ମୁମ୍ବାଇରୁ ଘରକୁ ଆସିଥିବା ବେଳେ ପୁଣି ବାହାଘରକୁ ନେଇ ଅଶ୍ବିନୀ ପାଟିତୁଣ୍ଡ କରିଥିଲା। ଗତକାଲି ରାତିରେ ପ୍ରକାଶଙ୍କ ସହ ପୁଣି ଗଣ୍ଡଗୋଳ ହୋଇଥିଲା। ଏଥିରେ ଅଶ୍ବିନୀ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲା। ଫଳରେ ପ୍ରକାଶ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ। ଶେରଗଡ଼ ପୁଲିସ ପହଞ୍ଚି ଶବକୁ ଜବତ କରିଥିଲା। କେସ୍ ନମ୍ବର ୧୯୧/୨୩ ଅନୁସାରେ ମାମଲା ରୁଜୁ ସହ ଅଶ୍ବିନୀକୁ ଗିରଫ କରାଯାଇଥିବା ଏସଆଇ ସତ୍ୟଜିତ୍ ବେଣିଆ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *