ଖେଳ

ଆଇସିସି ଟି-୨୦ ରାଙ୍କିଙ୍ଗରେ ନଂ୧ ବଜାୟ ରଖିଲେ ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ : ଚଳିତ ଆଇପିଏଲରେ ଭାରତୀୟ କ୍ରିକେଟ ଦଳର ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ । ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ ତିନି ଟି ମ୍ୟାଚରେ ୧୫, ୦୧ ଏବଂ ଶୂନ ରନ୍ କରିଛନ୍ତି । ଏହା ସତ୍ତ୍ବେ ଆଇସିସି ପକ୍ଷରୁ ପ୍ରକାଶିତ ଟି-୨୦ ରାଙ୍କିଙ୍ଗରେ ସେ ନିଜର ୧ ନମ୍ବର ସ୍ଥାନ ବଜାୟ ରଖିଛନ୍ତି ।

ସୂର୍ଯ୍ୟକୁମାର ୯୦୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ଥିବା ବେଳେ ପାକିସ୍ତାନର ମହମ୍ମଦ ରିଜୱାନ (୮୧୧ ପଏଣ୍ଟ) ଓ ଅଧିନାୟକ ବାବର ଆଜମ (୭୫୫ ପଏଣ୍ଟ), ଦକ୍ଷିଣ ଆଫ୍ରିକାର ଏଡେନ୍ ମାର୍କରାମ (୭୪୮ ପଏଣ୍ଟ) ଏବଂ ନ୍ୟୁଜିଲାଣ୍ଡର ଡେଭୋନ୍ କନୱେ (୭୪୫ ପଏଣ୍ଟ) ରହିଛନ୍ତି। ବିରାଟ କୋହଲି ତାଙ୍କ ୧୫ତମ ସ୍ଥାନରେ ରହିଛନ୍ତି।

ତୃତୀୟ ସ୍ଥାନରେ ଥିବା ପାକିସ୍ତାନର ବାବର ଶନିବାରଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୫ଟିକିଆ ସିରିଜରେ ସୂର୍ଯ୍ୟକୁମାରଙ୍କ ନିକଟତର ହେବାର ସୁଯୋଗ ପାଇବେ ।

ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଶେଷ ହୋଇଥିବା ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାରେ ଏହି ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନର ଫାଇଦା ଉଠାଇଥିବା ବେଳେ ଯୁବ ସ୍ପିନର ମହିଷ ଟିକସନା କ୍ୟାରିୟରର ଶ୍ରେଷ୍ଠ ରେଟିଂ ହାସଲ କରି ବୋଲର ମାନ୍ୟତାରେ ଯୁଗ୍ମ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *