ଅପରାଧ

ଆପତ୍ତିଜନକ ଭିଡିଓ ପୋଷ୍ଟ କରି ବନ୍ଧାହେଲେ ଯୁବକ

ବେଲପାହାଡ଼,: ସୋସିଆଲ ମିଡିଆରେ ଧର୍ମୀୟ ଭାବନା କ୍ଷୁଣ୍ଣ ହେଲା ଭଳି ଆପତ୍ତିଜନକ ଭିଡିଓ ପୋଷ୍ଟ ଓ ମନ୍ତବ୍ୟ ଦେବା ଅଭିଯୋଗରେ ବେଲପାହାଡ଼ ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ଥାନୀୟ ଗୁମାଡେରା ଚର୍ଚ୍ଚ ପଡ଼ାର ସୈଫ ଶେଖ୍‌(୨୫)।

ସୂଚନାନୁସାରେ, ଗତ ୧୦ ତାରିଖ ରାତି ୧୧ଟାରେ ସୈଫ୍‌ ନିଜ ଫେସ୍‌ବୁକ ଆକାଉଣ୍ଟରେ ହିନ୍ଦୁମାନଙ୍କ ପ୍ରତି ଏକ ଆପତ୍ତିଜନକ ଭିଡିଓ ପୋଷ୍ଟ କରି ବାତାବରଣ ବିଗାଡ଼ିବାକୁ ପ୍ରୟାସ କରିଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଘୂରି ବୁଲିଥିଲା। ସ୍ଥାନୀୟ ହିନ୍ଦୁ ସଂଗଠନର ସଦସ୍ୟମାନେ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବେଲପାହାଡ଼ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଥିଲେ। ଏହାସହ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ୍‌ ନଂ ୮୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

Leave a Reply

Your email address will not be published. Required fields are marked *