ମୁଖ୍ୟ ଖବର

୩ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର, : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟରେ ୩ ଦିନ ପାଇଁ ହିଟ ୱେଭ ଓ୍ବାର୍ନିଂ ଜାରି କରିଛି।

ପାଣିପାଗ ବିଭାଗ ଅନୁଯାୟୀ, ୧୩ ରୁ ୧୫ ତାରିଖ ଯାଏ କିଛି ଜିଲାରେ ଗ୍ରୀଷ୍ମ-ପ୍ରବାହ ସମ୍ଭାବନା ରହିଛି। ୧୬ ତାରିଖ ବେଳକୁ ଟିକେ ଆଶ୍ୱସ୍ତି ମିଳିବ। କାରଣ ଏହି ସମୟରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ହେତୁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲାରେ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୨.୪ ଡିଗ୍ରୀ, ସମ୍ବଲପୁରରେ ୪୧.୮ ଡିଗ୍ରୀ ହୀରାକୁଦରେ ୪୦.୪ ଡିଗ୍ରୀ, ଚାନ୍ଦବାଲିରେ ୩୯.୬ ଡିଗ୍ରୀ, ଭୁବନେଶ୍ୱରରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ୩୮ ଡିଗ୍ରୀ, ବାଲେଶ୍ୱରରେ ୩୭.୨ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ, ଗୋପାଳପୁରରେ ୩୫.୨ ଡିଗ୍ରୀ ତାପମାତ୍ରା ରହିଛି।

Leave a Reply

Your email address will not be published. Required fields are marked *