ରାଜ୍ୟ

ବାଲୁଗାଁ ଏନଏସିରେ ଖୋଲିଲା ଜଳଛତ୍ର

ବାଲୁଗାଁ:-ଦିନକୁଦିନ ଖରା ତାତି ବଢୁଥିବା ବେଳେ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ଜନଜୀବନ।ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳ ହେଇଥିବାରୁ ଦୈନନ୍ଦିନ ଅନେକ ଲୋକଙ୍କ ଯାତାୟାତ ହେଉଛି।ମାତ୍ର ଅଚାନକ ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ସାଧାରଣ ଜନତା ଘରୁ ପଦାକୁ ବାହାରିବା ଅସମ୍ଭବ ହୋଇପଡୁଛି।କିନ୍ତୁ କୌଣସି ଜରୁରୀ କାର୍ଯ୍ୟ ହେଉ ଅବା ଯାତ୍ରୀ ଅବ ପଥଚାରୀଙ୍କ ଯାତାୟାତ ଅହରହ ଜାରିରହିଛି।ଏଭଳି ଗ୍ରୀଷ୍ମପ୍ରବାହରେ ସାମାନ୍ୟ ଆଶ୍ୱସ୍ତି ଲାଭ ପାଇଁ ଆଜି ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟଙ୍କ ଉଦ୍ୟମରେ ସମ୍ପୃକ୍ତି ଅଞ୍ଚଳରେ ପ୍ରମୁଖ ସ୍ଥାନ ଗାନ୍ଧୀ ଛକ,ଇନ୍ଦିରା ବଜାର,କଲ୍ୟାଣି ମଣ୍ଡପ ନିକଟ ଓ ରେଳ ଷ୍ଟେସନ ନିକଟରେ ଜନସାଧାରଣଙ୍କ ନିମିତ୍ତ ପାନୀୟ ଜଳ(ଜଳଛତ୍ର )ଉଦଘାଟିତ ହୋଇଯାଇଛି।ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ଯୁବନେତା, ଶ୍ରୀ ସନ୍ତୋଷ ପାଇକରାୟ, ଉପନଗରପାଳ ଶ୍ରୀ ଭଗବାନ ପ୍ରଧାନ, ବିଜେଡି ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ଜନାବ ବୁଲା ଖାଁ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀମତୀ ସୁଜାତା ପଣ୍ଡା, ଅନିତା ସ୍ୱାଇଁ,କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ସମସ୍ତ ଏନଏସି କର୍ମଚାରୀ ଓ ଅନେକ ନାରୀନେତ୍ରୀ ମାନେ ଉପସ୍ଥିତ ରହି ପଥଚାରି ମାନଙ୍କୁ ପଣା ଓ ପାନୀୟ ଜଳ ବଣ୍ଟନ କରିଥିଲେ।

Leave a Reply

Your email address will not be published. Required fields are marked *