ରାଜନୀତି

ମମତା ବାନାର୍ଜୀଙ୍କ ପୋଷ୍ଟର୍‌ ଜଳାଇଲେ ଦୁର୍ବୃତ୍ତ

କୋଲକାତା: ପଶ୍ଚିମବଙ୍ଗର ବଗଡ଼ା ନିର୍ବାଚନ ମଣ୍ଡଳୀର ଗୋବ୍ରାପୁର ଗ୍ରାମରେ ସୋମବାର କିଛି ଅଜଣା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟ୍‌ରେ ନିଆଁ ଲଗାଇଥିବା ଦେଖିବାକୁ ମିଳିଛି। ଗୋବ୍ରାପୁର ଗ୍ରାମରେ ତ୍ରୁଣ ମୂଳ କଂଗ୍ରେସ (ଟିଏମ୍‌ସି)ର ହେବାକୁ ଥିବା ସାଧାରଣ ସଭାର ଗୋଟାଏ ଦିନ ପୂର୍ବରୁ ଏପରି ଘଟିଛି।

ଦୁର୍ବୃତ୍ତମାନେ ମମତା ବାନାର୍ଜୀଙ୍କ ସହ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପୋଷ୍ଟ୍‌ରରେ ବି ନିଆଁ ଲଗାଇଥିବା ଦେଖିବାକୁ ମିଳିଛି। ତେବେ ଏପରି ଘଟିବା ପରେ ବିଜେପି ବିରୋଧରେ ଅଭିଯୋଗ ଆଣିଛି ଟିଏମ୍‌ସି। ବିଜେପିର ଗୁଣ୍ଡା ଏପରି କରିଛନ୍ତି ବୋଲି ଟିଏମ୍‌ସି ଅଭିଯୋଗ ଆଣିଥିବା ବେଳେ ଭାରତୀୟ ଜନତା ପାର୍ଟି କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି।

ପୁଲିସ୍‌ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି। ଆପଣ ଜାଣନ୍ତି ଯେ ଆଗାମୀ ମାର୍ଚ ମାସରେ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ଅଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଟିଏମ୍‌ସି ଦଳର ସମସ୍ତ ନେତାଙ୍କୁ ଏକତ୍ର କରି ସଭା କରିବା ଯୋଜନା କରୁଥିବା ବେଳେ ଏପରି ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *