ମହାନଗର

ତତଲା କଡ଼େଇରେ ରାଜଧାନୀ

ଭୁବନେଶ୍ୱର,: ରାଜ୍ୟରେ ପ୍ରଚଣ୍ଡ ତାତି ଜାରି ରହିଛି। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିଚାଲିଛି। ଦିନ ୯ଟା ବେଳକୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ତେବେ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ଥିଲା। ଫଳରେ ଲୋକେ ଅସହ୍ୟ ତାତିରେ ଆଉଟପାଉଟ ହୋଇଛନ୍ତି। ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *