ଦେଶ- ବିଦେଶ

ଏନକାଉଣ୍ଟରରେ ଅତିକଙ୍କ ପୁଅ ଅସଦ ମୃତ

ଲକ୍ଷ୍ନୌ, : ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମଦଙ୍କ ପୁଅ ଅସଦ ଅହମ୍ମଦ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହାସହ ତାଙ୍କ ସହଯୋଗୀ ଗୁଲାମ ମହମ୍ମଦ ବି ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଏହି ଏନକାଉଣ୍ଟର ଝାନ୍ସିରେ କରାଯାଇଛି। ଏହି ଏନକାଉଣ୍ଟରକୁ ନେଇ ଉତ୍ତର ପ୍ରଦେଶ ପୋଲିସ କହିଛି ଅସର, ସୁଟର ଗୁଲାମ ମହମ୍ମଦ ଉଭୟ ପ୍ରୟାଗରାଜର ଉମେଶ ପାଲ ହତ୍ୟାକାଣ୍ଡର ଓ୍ବାଣ୍ଟେଡ ଥିଲେ। ଏହାସହ ଉଭୟ ଅଭିଯୁକ୍ତଙ୍କ ଲାଗି ୫-୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହାସହ ଏସଟିଏଫ ଦାବି କରିଛି କି ଏମାନଙ୍କ ନିକଟରୁ ବିଦେଶୀ ଅସ୍ତ୍ର ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *