ରାଜନୀତି

ମେ ୨ ରେ ତାଳଦା ସମିତିସଭ୍ୟ ପାଇଁ ଉପନିର୍ବାଚନ


ନିମାପଡ଼ା : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଦ୍ଵିପାଞ୍ଚଳ ଭାବେ ପରିଚିତ ତାଳଦା ପଞ୍ଚାୟତ ର ସମିତି ସଭ୍ୟ ପଦବୀ ପାଇଁ ଆସନ୍ତା ମେ ୨ ତାରିଖ ରେ ଭୋଟଗ୍ରହଣ ହେବ। ଏହି ଉପନିର୍ବାଚନ ରେ ମୋଟ ୩ ଜଣ ପ୍ରାର୍ଥୀ ମଇଦାନ ରେ ରହିଛନ୍ତି । ଏଣୁ ଏଠାରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଯାଇଛି। ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଚିହ୍ନ ମଧ୍ୟ ମିଳି ସାରିଛି ।ଉପନିର୍ବାଚନ ପାଇଁ ସୁକାନ୍ତ ସେଠୀ, ପୃଥ୍ୱୀରାଜ ସେଠୀ ,ଅମିୟ ରଞ୍ଜନ ସେଠୀ , ବଳରାମ ସେଠୀ ଓ ପ୍ରତାପ ଚନ୍ଦ୍ର ଖୁଣ୍ଡେଇ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦୁଇ ଜଣ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଖୁଣ୍ଡେଇ ଓ ପୃଥ୍ୱୀରାଜ ସେଠୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ । ବ୍ଲକ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ମଇଦାନ ରେ ଥିବା ୩ ଜଣ ପ୍ରାର୍ଥୀଙ୍କୁ ଚିହ୍ନ ଦିଆଯାଇଛି ।ଅମିୟ ରଞ୍ଜନ ସେଠୀ ଙ୍କୁ( କେଟିଲ ଚିହ୍ନ ) ବଳରାମ ସେଠୀଙ୍କୁ ( ଷ୍ଟୁଲ) ଚିହ୍ନ ଓ ସୁକାନ୍ତ ସେଠୀଙ୍କୁ (ବସ ) ଚିହ୍ନ ମିଳିଥିବା ଜଣାପଡିଛି । ଗତ ଜାନୁଆରୀ ମାସ ରେ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ଗିରିଧାରୀ ସେଠୀ ଙ୍କ ଦେହାନ୍ତ ପରେ ଏଠାରେ ସମିତି ସଭ୍ୟ ପଦ ଖାଲି ପଡିଥିଲା । ଏହି ଉପ ନିର୍ବାଚନ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ହୋଇ ପଡିଛି।

Leave a Reply

Your email address will not be published. Required fields are marked *