ରାଜ୍ୟ

ସୋରଡ଼ାରେ ରାସ୍ତାଘାଟ ଶୂନ୍‌ଶାନ୍‌

ସୋରଡ଼ା, : ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାହ୍ନ ୧୧ଟାରୁ ରାସ୍ତାଘାଟ,ବଜାର,ସରକାରୀ ଅଫିସ, ବ୍ୟବସାୟ ପ୍ରତିଷ୍ଠାନ ସବୁ ଶୂନ୍‌ଶାନ ହୋଇଯାଉଛି। କିନ୍ତୁ ରଥପଦା ଅଞ୍ଚଳରେ ପେଟପାଟଣା ପାଇଁ ରାସ୍ତା ପାର୍ଶ୍ୱରେ ଅସହ୍ୟ ଖରାରେ ଲେମ୍ବୁ ବିକିବା ପାଇଁ ବସୁଥିବା ମହିଳାଙ୍କୁ କିନ୍ତୁ ଖରାର ଖାତିର ନ ଥିବା ଦେଖାଯାଇଥିଲା। ପରିବାର ପୋଷଣ ପାଇଁ ବାଧ୍ୟ ହୋଇ ରାସ୍ତାପାର୍ଶ୍ୱ ବେପାରୀ ଦିନସାରା ସେମାନଙ୍କର ପସରା ମେଲାଇ ଲେମ୍ବୁ ,ଅଦା, ଲଙ୍କା, କଦଳୀ ଆଦି ବିକ୍ରି କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *