ଜିନ୍ଦଲ ସ୍ଥାପନ କରିବ ନୂଆ ରେଳ ମିଲ୍
ଭୁବନେଶ୍ବର: ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସ୍ପି) ପକ୍ଷରୁ ଅନୁଗୁଳ ଷ୍ଟିଲ୍ କମ୍ପ୍ଲେକ୍ସରେ ବାର୍ଷିକ ୧.୨ ନିୟୁତ ଟନ୍ କ୍ଷମତା ସଂପନ୍ନ ନୂତନ ରେଳ ମିଲ୍ ସ୍ଥାପନ କରିବ। ଏହାପରେ କଂପାନିର ମୋଟ ରେଳ ଧାରଣା ତିଆରି କ୍ଷମତା ୨.୨ ନିୟୁତ ଟନ୍କୁ ବୃଦ୍ଧି ପାଇବ। ଛତିଶଗଡ଼ର ରାୟଗଡ଼ କାରଖାନାରେ କଂପାନି ବିକାଶ କରୁଥିବା ରେଳ ଉପକରଣଗୁଡ଼ିକ ମୁଖ୍ୟତଃ ମେଟ୍ରୋ ରେଳ, ତ୍ବରିତ ଗତି ଏବଂ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବ୍ୟବହୃତ ହେଉଛି। ଏହି କାରଖାନା ନିୟମିତ ଭାବେ ଭାରତୀୟ ରେଳ, ଡିଏଫ୍ସିସି ଏବଂ ଦେଶର ଅନ୍ୟାନ୍ୟ ମହତ୍ୱପୂର୍ଣ ପ୍ରକଳ୍ପ ନିମନ୍ତେ ୨୬୦ ମିଟର ରେଳର ଯୋଗାଣ କରୁଛି। ଏଥିରେ ନ୍ୟୁନତମ ୱେଲଡିଙ୍ଗ ହେଉଛି। ଜେଏସପିର ୧୦୮୦ ଏଚ୍ଏଚ୍ ଗ୍ରେଡ୍ର ସ୍ୱତନ୍ତ୍ର ରେଳ ବିଭିନ୍ନ ପ୍ରକଳ୍ପରେ ବ୍ୟବହାର ହେଉଛି।ଏ ସମ୍ପର୍କରେ କଂପାନିର ପରିଚାଳନା ନିର୍ଦେଶକ ବିମଳେନ୍ଦ୍ର ଝା କହିଛନ୍ତି ଯେ ଜେଏସ୍ପି ଭାରତୀୟ ରେଳ ନେଟ୍ୱର୍କର ଆଧୁନିକୀକରଣରେ ସହଯୋଗ କରିବା ସହ ନିଜର ରେଳ ନିର୍ମାଣ କ୍ଷମତା ମଧ୍ୟ ବୃଦ୍ଧିକରୁଛି। ଦେଶ ସହିତ ବିଦେଶର ଚାହିଦା ପୂରଣ କରିବାକୁ ମଧ୍ୟ କଂପାନି ଯୋଜନା ରଖିଛି। ଜେଏସ୍ପି ଭାରତରେ ତିଆରି ଏହି ରେଳ ଧାରଣା ଅନେକ ରାଷ୍ଟ୍ରକୁ ରପ୍ତାନି ମଧ୍ୟ କରୁଛି। ଏଥିରେ ୟୁରୋପୀୟ ରେଲ ସାମିଲ ରହିଛି।