ଦେଶ- ବିଦେଶ

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୪: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା। ନୂଆ ବର୍ଷ ଅପାର ଖୁସି ଏବଂ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ। ଆସନ୍ତା ବର୍ଷ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେଉ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କହିଛନ୍ତି, ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଅଛି । ଏ ଅବସରରେ ପଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ବତ ସଭାସମିତି ମଧ୍ୟ ଆୟୋଜିତ ହେଉଅଛି । ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖସମୃଦ୍ଧି କାମନା କରୁଅଛି ।ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଅଛି । ଏ ଅବସରରେ ପଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ୱତ ସଭାସମିତି ମଧ୍ୟ ଆୟୋଜିତ ହେଉଅଛି । ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖସମୃଦ୍ଧି କାମନା କରୁଅଛି

Leave a Reply

Your email address will not be published. Required fields are marked *