ରାଜନୀତି

କେଜରିଓ୍ବାଲ, ମନିଷ, ସତ୍ୟେନ୍ଦ୍ରଙ୍କୁ ଦେଇ ଦିଅ ବିଷ ପୁଡିଆ : ସଞ୍ଜୟ ସିଂ

ନୂଆଦିଲ୍ଲୀ, : ଆମ ଆଦମୀ ପାର୍ଟି(ଏଏପି) ଏମପି ସଞ୍ଜୟ ସିଂ ଶୁକ୍ରବାର ଏକ ପ୍ରେସ କନଫରେନ୍ସ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅବକାରୀ ନୀତି ମାମଲାର ଯାଞ୍ଚକୁ ନେଇ ଗମ୍ଭିର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯଦି ଏତେ କଷ୍ଟ ଲାଗୁଛି ତେବେ କେଜରିଓ୍ବାଲ, ମନିଷ ଓ ସତ୍ୟେନ୍ଦ୍ରଙ୍କୁ ବିଶ ପୁଡିଆ ଦେଇ ଦିଅ।
ପ୍ରେସ କନଫରେନ୍ସ ଆରମ୍ଭ କରି ସଞ୍ଜୟ ସିଂ କହିଛନ୍ତି, ଇଡିର ଯାଞ୍ଚ କେମିତି ମିଥ୍ୟା କହୁଛି ତାହାର ସତ୍ୟତା ପ୍ରକାଶ କରୁଛି। ଭାରତୀୟ ଜନତା ପାର୍ଟି(ଭାଜପା) ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଆଜି ବାରମ୍ବାର ଯେଉଁ କଥା କହୁଛି ଯେ ୧୪ ଫୋନ ସିମ ନଷ୍ଟ କରି ଦିଆଯାଇଛି, ସେ ଏହାପରେ ହାତ ଯୋଡି କ୍ଷମା ମାଗନ୍ତୁ। ଇଡି ଏହାକୁ ନେଇ ଯେଉଁ ରିପୋର୍ଟ ଦାଖଲ କରିଛି ଏ ସମସ୍ତ ଫୋନ ଏବେବି କାର୍ଯ୍ୟକ୍ଷମ ରହିଛି। କୌଣସି ସିମ ନଷ୍ଟ ହୋଇନାହିଁ। ଏଥିମଧ୍ୟରୁ ନିଜେ ଇଡି ୫ଟି ଫୋନ ଜବତ କରିଛି। ମନିଷ ସିସୋଡିଆଙ୍କ ଘରେ ତାଙ୍କର ପରିବାର ଓ କର୍ମଚାରୀ କାମ କରୁଛନ୍ତି। ଏମାନେ ସମସ୍ତଙ୍କ ନମ୍ବର ଉଠାଇ କୁହାଯାଇଛି କି ଫୋନ ନଷ୍ଟ କରି ଦିଆଯାଇଛି। ଏ ସମସ୍ତ ଆଇଏମଇଆଇ ନମ୍ବର କୁହାଯାଉଥିବା ବେଳେ ଏ ଫୋନ ଏବେ ଇଡି ନିକଟରେ ରହିଛି।

Leave a Reply

Your email address will not be published. Required fields are marked *