ରାଜ୍ୟ

ସଦାବାଜି ତୋଟା ରେ ଦ୍ୱାଦଶ ଭାଗବତ ଗାଦି ମେଳଣ

ନିମାପଡା : ପ୍ରାଚୀ ଉପତ୍ୟକା ର ସଦାବାଜି ତୋଟା ଠାରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଦ୍ୱାଦଶ ଭାଗବତ ଗାଦି ମେଳଣ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣରେ ମାଧବ (ଥାନପତି), ତଇଲା, ଜାହାଙ୍ଗୀରପୁର, ନାଗେଶ୍ଵର ବନମାଳୀପୁର(୧+୨) ଚନ୍ଦ୍ରମଉଳି, ପ୍ରଧାନସାହି, ବାସୁଦେଇପୁର, ତେଲିପାଟଣା, ମଥୁରିଡିହ, ବଳଭଦ୍ରପୁର ଗ୍ରାମ ରୁ ଠାକୁର ଆସି ବସି ପୂଜା ପାଇଥିଲେ। ଠାକୁର ମାନଙ୍କ ନିକଟରେ ଭାଗବତ ପାଠ
କରାଯାଇଥିଲା । ଏହି ଅବସରରେ ତୋଟା ଠାରେ ମେଳା ବସିଥିଲା ଓ ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ
ଦେଖିବାକୁ ଓ ଠାକୁର ମାନଙ୍କୁ ଦର୍ଶନ କରିବାକୁ ତୋଟା ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲl । ଏଥିସହିତ କାକଟପୁର, ମାଧବ ପ୍ରଧାନସାହି, ସମେଶ୍ୱର,ଅମରେଶ୍ୱର , ବିଶିମାତ୍ରି ପ୍ରଭୁତି ସ୍ଥାନ ରେ ଥିବା ମହାବୀର ହନୁମାନ ଙ୍କ ମନ୍ଦିର ରେ ଭକ୍ତ ମାନେ ଠାକୁର ମାନଙ୍କୁ ଦର୍ଶନ ଓ ପୂଜାଚର୍ନା
କରିଥିଲେ। ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡ଼ିଥିଲା ।

Leave a Reply

Your email address will not be published. Required fields are marked *