ଦେଶ- ବିଦେଶ

କେଜରିଓ୍ବାଲଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ, : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପଚରା ଉଚରା ପାଇଁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ୧୬ ଏପ୍ରିଲ ସକାଳ ୧୧ଟାରେ ଡାକିଛନ୍ତି। ସିବିଆଇ ନୂଆ ମଦ ନୀତି ମାମଲାରେ କେଜରିଓ୍ବାଲଙ୍କୁ ପଚରା ଉଚରା କରିବାକୁ ଚାହୁଁଛି। ସିବିଆଇ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ସିବିଆଇ ସମନ ପରେ ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ ଟୁଇଟ କରି କହିଛନ୍ତି, ଅତ୍ୟାଚାରର ଅନ୍ତ ନିଶ୍ଚିତ ହେବ। ଅରବିନ୍ଦ କେଜରିଓ୍ବାଲଙ୍କୁ ସିବିଆଇ ଦ୍ୱାରା ସମନ କରାଯାଇଥିବା ମାମଲାରେ ସନ୍ଧ୍ୟା ୬ଟାରେ ପ୍ରେସ କନଫରେନ୍ସ କରିବି।
ସୂଚନାଯୋଗ୍ୟ, ନୂଆ ମଦ ନୀତି ମାମଲାରେ ପୂର୍ବରୁ ସିବିଆଇ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଗିରଫ କରିଛି। ଲମ୍ବା ପଚରା ଉଚରା ପରେ ତାଙ୍କୁ ୨୬ ଫେବୃୟାରୀରେ ଗିରଫ କରାଯାଇଥିଲା। ଏହାକୁ ନେଇ ଏଏପି ଲଗାତାର ଭାଜପା ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି।

Leave a Reply

Your email address will not be published. Required fields are marked *