ମୁଖ୍ୟ ଖବର

ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି

ଭୁବନେଶ୍ବର: କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ଣ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି।

ଭୁବନେଶ୍ୱର: ୪୧.୦ ଡ଼ିଗ୍ରି
ଝାରସୁଗୁଡା: ୪୧.୦ ଡ଼ିଗ୍ରି
ସମ୍ବଲପୁର: ୪୦.୬ ଡ଼ିଗ୍ରି
ଚାନ୍ଦବାଲି: ୪୦.୦ ଡ଼ିଗ୍ରି
ହୀରାକୁଦ: ୩୯.୪ ଡ଼ିଗ୍ରି
କେନ୍ଦୁଝର: ୩୭.୨ ଡ଼ିଗ୍ରି
ବାଲେଶ୍ୱର: ୩୫.୮ ଡ଼ିଗ୍ରି
ଗୋପାଳପୁର: ୩୪.୮ ଡ଼ିଗ୍ରି
ପୁରୀ:୩୩.୬ ଡ଼ିଗ୍ରି
ପାରାଦୀପ:୩୨.୦ ଡ଼ିଗ୍ରି

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରବିବାର ଠାରୁ ତାପମାତ୍ରା ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ତାପମାତ୍ରା କମିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *