ମୁଖ୍ୟ ଖବର

ସ୍ବତନ୍ତ୍ର ଅଧିବେଶନ ଡାକିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ସଂପର୍କରେ ପଚରାଉଚୁରା ପାଇଁ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ରବିବାରଦିନ ହାଜର ହେବାକୁ କହିଥିବାବେଳେ ଠିକ ସେହିଦିନ ଦିଲ୍ଲୀ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି କେଜ୍ରିଓ୍ବାଲ । ତେବେ ସେ  କହିଛନ୍ତି ଯେ ସେ ରବିବାର ଏଜେନ୍ସି ଆଗରେ ହାଜର ହେବେ ।

ଆମ୍ ଆଦମୀ ପାର୍ଟି (ଆପ୍) ଦେଶ ପାଇଁ ଆଶାର କିରଣ ଭାବେ ଉଭା ହୋଇଛି ଏବଂ ସେଥିପାଇଁ ଏହାକୁ ଦମନ କରିବାକୁ ପ୍ରୟାସ କରାଯାଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି। ସେପଟେ ବିଜେପି କହିଛି ଯେ, ଅବକାରୀ ନୀତି ମାମଲାରେ ସିବିଆଇ ସମନ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଭୟରେ ଥରି ଉଠିଛନ୍ତି ।

କେଜ୍ରିଓ୍ବାଲ କହିଛନ୍ତି, ଯେଉଁଦିନ ମୁଁ ଦିଲ୍ଲୀ ବିଧାନସଭାରେ ଦୁର୍ନୀତି ବିରୋଧରେ କହିଥିଲି, ମୁଁ ଜାଣିଥିଲି ଯେ ପରବର୍ତ୍ତୀ ସଂଖ୍ୟା ମୋର ହେବ। ସିବିଆଇ ତଦନ୍ତକାରୀ ଦଳର ପ୍ରଶ୍ନର ଉତ୍ତର ଦେବା ପାଇଁ କେଜ୍ରିୱାଲଙ୍କୁ ପୂର୍ବାହ୍ନ ୧୧ଟାରେ ଏଜେନ୍ସି ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଅନ୍ୟପକ୍ଷରେ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ମିଥ୍ୟା ସାକ୍ଷ୍ୟ ଦେବା ଏବଂ ଅଦାଲତରେ ମିଥ୍ୟା ପ୍ରମାଣ ଉପସ୍ଥାପନ କରିଥିବାରୁ ସେ ସିବିଆଇ ଏବଂ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବେ ।

Leave a Reply

Your email address will not be published. Required fields are marked *