ମୁଖ୍ୟ ଖବର

ବିଜେପି’ରୁ ନିର୍ଦେଶ ପାଇଥିଲେ ‘ସିବିଆଇ’ ମତେ ଗିରଫ କରିବ: କେଜ୍ରିୱାଲ୍‌

ଚେନ୍ନାଇ: ‘ବିଜେପି’ ନିର୍ଦେଶ ଦେଇଥିଲେ ‘ସିବିଆଇ’ ମତେ ଗିରଫ କରିବ ବୋଲି ମଦ ନୀତି ମାମଲାରେ ଆଜି ଜେରା ପାଇଁ ଯିବା ପୂର୍ବରୁ ସାମ୍ବାଦିକମାନଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

‘ବିଜେପି’କୁ ତୀବ୍ର ସମାଲୋଚନା କରି ‘ଆପ୍‌’ ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ‘ବିଜେପି’ ନିର୍ଦେଶ ଦେଇଥିବ, ‘ସିବିଆଇ’ ମତେ ଗିରଫ କରିବ। ଏ ଲୋମାନେ ଯେକୌଣସି ବ୍ୟକ୍ତିଙ୍କୁ ଜେଲ୍‌ରେ ପୂରାଇ ପାରନ୍ତି। ନିରୀହ ଲୋକମାନଙ୍କ କଥା ବି ସେମାନେ ବିଚାର କରନ୍ତି ନାହିଁ।

ମଦ ନୀତି ଦୁର୍ନୀତି ହୋଇ ନାହିଁ ବୋଲି ଶୁକ୍ରବାର ଦିନ କହିଥିବା କେଜ୍ରିୱାଲ୍‌ ଆହୁରି ମଧ୍ୟ କହିଛନ୍ତି, ‘ବିଜେପି’ ଖୁବ୍‌ ଆତ୍ମଗର୍ବୀ ହୋଇଯାଇଛି। ସେମାନେ କାହାରି କଥା ଶୁଣୁନାହାନ୍ତି। ଯାହାକୁ ନାହିଁ ତାହାକୁ ଧମକ ଦେଉଛନ୍ତି। ସୋମନେ ବିଚାରପତି, ଗଣମାଧ୍ୟମ ଓ ଶିଳ୍ପପତିମାନଙ୍କୁ ବି ଧମକ ଦେଉଛନ୍ତି। କେଜ୍ରିୱାଲ୍‌କୁ ଜେଲ୍‌ ପଠାଇ ଦେଲେ କ’ଣ ଦେଶର ସମସ୍ୟା ସମାଧାନ ହୋଇଯିବ କି, ବୋଲି ସେ ପଚାରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ‘ଆପ୍‌’ର ସାଂସଦ ଓ ମନ୍ତ୍ରୀମାନଙ୍କ ସାଥିରେ ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ‘ସବିଆଇ’ ମୁଖ୍ୟାଳୟକୁ ଯିବେ। ସେଠାରେ ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ ଜେରା କରାଯିବ। ଏଥିପାଇଁ ଶୁକ୍ରବାର ଦିନ ତାଙ୍କ ପାଖକୁ ସମନ ପଠାଯାଇଥିଲା।

ତେଣୁ, ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଜେଲ୍‌ରେ ପୂରାଇବାକୁ କେନ୍ଦ୍ରରେ ଥିବା ‘ବିଜେପି’ ଷଡ଼ଯନ୍ତ୍ର କରୁଛି ବୋଲି ‘ଆପ୍’ କହିଥିଲା। ‘ଆପ୍‌’ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଜାତୀୟ ଦଳ ମାନ୍ୟତା ପାଇବାରୁ ‘ଆପ୍’ ଉପରେ ଚାପ ପଡୁଛି।

Leave a Reply

Your email address will not be published. Required fields are marked *