ଅପରାଧ

ଟ୍ରେନ ଧକ୍କାରେ ଯୁବକ ମୃତ

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସିଲିସୁଆଁ ଇଟାଭାଟି ନିକଟସ୍ଥ ରେଳ ଲାଇନ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଉରୀପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡଙ୍କ ପୁଅ ନରହରି ମହାକୁଡ(୨୨)।

ପ୍ରାପ୍ତ ସୂଚନାନୁସାରେ, ଗତକାଲି ନରହରି ସିଲିସୁଆଁରେ ଚାଲିଥିବ‍ା ବାଦୀପାଲା ଦେଖିବାକୁ ଆସିଥିଲେ। ଆଜି ସକାଳୁ ତାଙ୍କର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ରେଳଧାରଣାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ରେଳ ବିଭାଗ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିବା ସହିତ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ତେବେ ନରହରିଙ୍କ ଶବ ନିକଟରେ ତାଙ୍କର ସ୍ମାର୍ଟଫୋନ ପଡ଼ିଥିଲା। ଅନ୍ୟ ଛୋଟ ଫୋନଟି ହଜି ଯାଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ

Leave a Reply

Your email address will not be published. Required fields are marked *