ମହାନଗର

ଭୁବନେଶ୍ବରରେ ଭଡ଼ାଘରୁ ପିଏଚ୍‌ଡି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: କମିସନରେଟ ପୁଲିସର ଇନଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରସ୍ଥିତ ଏକ ଭଡ଼ାଘରୁ ଜଣେ ପିଏଚ୍‌ଡି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ନିତିକା ତିୱାରୀ। ସେ ଉତ୍ତରପ୍ରଦେଶ ନିବାସୀ ଅଟନ୍ତି।

ପୁଲିସର ସୂଚନା ଅନୁସାରେ ନିତିକା ତିୱାରୀ ନନ୍ଦନବିହାରରେ ଏକ ଭଡ଼ାଘରେ ରହୁଥିଲେ। ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି ପାଠ ପଢୁଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଶନିବାର ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ନୀତିକାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ଏ ଘଟଣା ବିଷୟରେ ପରିବାର ଲୋକେ ଓ ସ୍ୱାମୀଙ୍କୁ ଅବଗତ କରାଇଛି। ଶବ ବ୍ୟବଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ବିଗତ କିଛି ମାସ ଭିତରେ ରାଜଧାନୀ ଭୁବନେଶ୍ବରରେ ଅନେକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଏଥିରେ ଉଚ୍ଚଶିକ୍ଷିତା ମଧ୍ୟ ସାମିଲ ଅଛନ୍ତି। ବିଜେବି କଲେଜ, ରମାଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

Leave a Reply

Your email address will not be published. Required fields are marked *