ମହାନଗର

ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଗଲା ତୀର୍ଥଯାତ୍ରୀ ବସ

ଭୁବନେଶ୍ୱର : ଏକାମ୍ର କ୍ଷେତ୍ର ରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ରାଜ୍ୟରୁ ଆସୁଛନ୍ତି l ଲିଙ୍ଗରାଜ ମନ୍ଦିର ନିକଟରେ ବାହାର ରାଜ୍ୟର ବସ ଗୁଡିକ ରଙ୍ଗ ରୁଟ ରେ ଆସିଵା ଦ୍ୱାରା ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ l ଆଜି ସକାଳ ପାଞ୍ଚ ଘଂଟିକା ସମୟରେ ଆନ୍ଧ୍ର ପ୍ରଦେଶ ରୁ ଆସିଥିବା ତୀର୍ଥ ଯାତ୍ରୀ ବସ କପଳେଶ୍ଵ ରୁ ଲିଙ୍ଗରାଜ ମନ୍ଦିର କୁ ସଂଯୋଗ କରୁଥିବା ରାସ୍ତାରେ ଆସୁଥିବା ସମୟରେ ଉଚ୍ଚ କ୍ଷମତା ସମ୍ପନ ବିଦୁତ ତାରରେ ଲାଗିଯିବା ଯୋଗୁ ଟ୍ରାନ୍ସଫର ରୁ ନିଆଁ ବାହାରି ଥିଲା l ପ୍ରଚଣ୍ଡ ଶବ୍ଦ ସହିତ ତାର ଛିଣ୍ଡି ଯିବା ଯୋଗୁ ବସ ରେ ଥିବା ଯାତ୍ରୀ ବଞ୍ଚି ଯାଇଛନ୍ତି l

Leave a Reply

Your email address will not be published. Required fields are marked *