ରାଜ୍ୟ

ବାଣପୁର ତହସିଲକୁ ସବ ଡିଭିଜନ ମାନ୍ୟତା ପ୍ରଦାନ ଦାବି ଜୋର ଧରିଲା

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲକୁ ସବ ଡିଭିଜନ ମାନ୍ୟତା ପ୍ରଦାନ ଦାବି ଜୋର ଧରିଛି । ଏ ନେଇ ଆଜି ବାଲୁଗାଁ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଣପୁର-ବାଲୁଗାଁ-ଚିଲିକା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକଟି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ, ବହୁ ଓକିଲ, ସାମ୍ବାଦିକ, ସମାଜସେବୀ ଏବଂ ରାଜନେତା ମାନେ ଉକ୍ତ ବୈଠକରେ ନିଜର ମତ ରଖିଥିଲେ । ସବୁ କ୍ରାଇଟେରିଆ ଥିବା ସତ୍ବେ ବାଣପୁର କୁ ଅଦ୍ୟାବଧି ସରକାର ସବ ଡିଭିଜନ ଘୋଷଣା ନକରିବା ନିନ୍ଦନୀୟ ବିଷୟ ବୋଲି ସମସ୍ତେ କହିଥିଲେ । ଆଗାମୀ ଦିନରେ ଉକ୍ତ ଆନ୍ଦୋଳନ କୁ ଜୋରଦାର କରାଯିବ ଏବଂ ସରକାର ଯଦି ଏହାକୁ କର୍ଣ୍ଣପାତ ନ କରନ୍ତି ତେବେ ଗାଁ ମେଳି ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଜୋରଦାର କରାଯିବାକୁ ସର୍ବସହମତି କ୍ରମେ ପ୍ରକାଶ ପାଇଥିଲା । ପରିଶେଷରେ ଏଥି ନିମନ୍ତେ ପୁର୍ବରୁ ଗଠିତ କମିଟିରେ ବହୁ ବ୍ୟକ୍ତିଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *